www.samajalive.in
Saturday, December 13, 2025
21.1 C
Bhubaneswar

ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବାଙ୍କୀ: ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଉପର ପାଥପୁରଠାରେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ବାଙ୍କୀ ଶ୍ରୀଚନ୍ଦନପୁର ଗ୍ରାମର ରବୀନ୍ଦ୍ର କୁମାର ଗିରି ନିଜ ସ୍କୁଟି ଯୋଗେ ସହଧର୍ମିଣୀ ରିତାଙ୍କ ସହିତ କଟକ ସ୍ଥିତ ନିଜ ଭାଣିଜୀ ଘରୁ ବାଙ୍କୀ ଫେରୁଥିଲା ବେଳେ ଗୁରୁବାର ଦିନ ସକାଳେ ଏହି ମର୍ମନ୍ତୁଦ ସସଡକ ଦୁର୍ଘଟଣା ଘଟିଛି। ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବସ୍ଥ ଗଛରେ ପିଟିହୋଇ ଉଭୟେ ଗୁରୁତର ହୋଇଥିଲେ।

ଡମପଡା ଦମକଳ ବାହିନୀ ଖବର ପାଇ ୨ ଗୁରୁତରଙ୍କୁ ବାଙ୍କୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବୀନ୍ଦ୍ର ଗିରି(୬୦)ଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସହଧର୍ମିଣୀ ଗୁରୁତର ଥିବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ତାନାନ୍ତରିତ କରଯାଇଛି। ମୃତକ ରବୀନ୍ଦ୍ର ନୃସିଂହ ଛକ ସ୍ଥିତ ସୌଖିନୀ ଡ୍ରେସେସ୍‍ର ମାଲିକ ଅଟନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁରେ ବାଙ୍କୀ ବଜାର ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories