www.samajalive.in
Saturday, December 6, 2025
23.1 C
Bhubaneswar

ଆଗଲପୁର ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ଗଳିତ ମୃତଶରୀର ଜବତ      

ବରପାଲି : ବରପାଲି ବ୍ଲକ ଆଗଲପୁର ସମବାୟ ସମିତି ଗୋଦାମଗୃହ ପଛପଟେ ଏକ ଗଳିତ ମୃତଶରୀର ପୁଲିସ ଦ୍ୱାରା ଉଦ୍ଧାର ହେବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ବରଗଡ଼କୁ ପଠାଯାଇଛି। ବୁଧବାର ପୁର୍ବାହ୍ନରେ ବରଗଡ଼ ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ବ୍ୟବଚ୍ଛେଦ କାର୍ଯ୍ୟ ସମାପନ ପରେ ପୁଲିସ ପରିବାର ଲୋକଙ୍କୁ ମୃତଶରୀର ହସ୍ତାନ୍ତର କରିଥିଲା। ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ସୁଦ୍ଧା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଥରବା ଜଣାପଡ଼ିଛି।

ସୂଚନାନୁଯାୟୀ ଆଗଲପୁର ଗ୍ରାମର ଭୋଜରାଜ ବିଶି(୪୫) ଗତ ୧୯ତାରିଖ ସକାଳ ସମୟରେ ଚାଷଜମିକୁ ଧାନ ପେଟା ଉଠାଇବାକୁ ଯାଉଛି କହି ଘରୁ ବାହାରିଥିଲେ। ପରେ ସଂଧ୍ୟା ସମୟ ଅତିବାହିତ ହେବା ସହ ଭୋଜରାଜ ଆଉ ଘରକୁ ଫେରିନଥିଲେ। ପରିବାର ସଦସ୍ୟ ଓ ପାଖ ପଡ଼ିଶା ଲୋକେ ବନ୍ଧୁବାନ୍ଧବ ଓ ବିଭିନ୍ନ ସ୍ଥାନ ଖୋଜାଖୋଜି କଲାପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ପରେ ଦୁଇ ଦିନ ବିତିଗଲା ପରେ ମଧ୍ୟ କୌଣସି ଖବର ନମିଳିବାରୁ ସ୍ଥାନୀୟ ପୁଲିସ ଥାନାରେ ଭୋଜରାଜଙ୍କ ପୁତୁରା ପ୍ରଦିପ ବିଶି ନିଖୋଜ ହୋଇଥିବା ଦର୍ଶାଇ ଏକ ଅଭିଯୋଗ ଆଣିଥିଲେ। ଗତ ମଙ୍ଗଳବାର  ଅପରାହ୍ନ ସମୟରେ ଆଗଲପୁର ତିଲେଇମାଲ ରୋଡରେ ଥିବା ଆର.ଏମ.ସି ଗୋଦାମ ଗୃହ ପଛପଟ ଏକ ଜମିରେ ତାଙ୍କ କଳାକାଠ ପଡ଼ିଥିବା ମୃତଦେହ ରାସ୍ତାରେ ଯାତାୟତ ଲୋକେ ଦେଖିଥିଲେ। ପରେ ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତକଙ୍କ ଚିହ୍ନଟ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories