www.samajalive.in
Saturday, December 6, 2025
19.1 C
Bhubaneswar

ସ୍ୱଚ୍ଛଭାରତ ମିଶନର ଲାଟ୍ରିନ ଟଙ୍କା ହଡପ ନେଇ ବିଡ଼ିଓଙ୍କ ନାମରେ ଥାନାରେ ଏତଲା ଦେଲେ ୫୦ ହିତାଧିକାରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ନିର୍ମାଣ ହେଉଥିବା ଲାଟ୍ରିନରେ ମହା ଦୁର୍ନୀତି ହୋଇଥିବା ଏବଂ ଶହ କୋଟି କୋଟି ଟଙ୍କା ସ୍ଥାନୀୟ ବିଡ଼ିଓ ଚଞ୍ଚକତା କରି ଖାଇଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦିପ ମାଝୀ ଗତକାଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ ଝରୀଗାଁ ବିଡ଼ିଓଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିବା ଶହ ୧୫ହଜାର ଲୋକଙ୍କ ଯେଉଁ ଲାଟ୍ରିନ ଚୋରି ହୋଇଯାଇଛି ସେମାନେ ସମସ୍ତେ ବିଡ଼ିଓଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବେ ବୋଲି ଚେତାବନୀ ଦେଇଥିଲେ।

ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଯେଉଁ ମାନଙ୍କର ଲାଟ୍ରିନ ଚୋରି ହୋଇଯାଇଛି ସେମାନଙ୍କ ସହ ଆଲୋଚନା କରି ସେଠାରୁ ଝରୀଗାଁ ଥାନାକୁ ଯାଇ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ୫୦ ଜଣ ଲାଟ୍ରିନ ହିତାଧିକାରୀ ସ୍ଥାନୀୟ ବିଡ଼ିଓଙ୍କ ନାମରେ ପୃଥକ ପୃଥକ ଭାବରେ ଏତଲା ପ୍ରଦାନ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ମୃତୟନ କରି ସ୍ଥାନୀୟ ତହସିଲଦାର ହୃଷିକେଶ ଗଣ୍ଡ ମାଝୀଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ଥିବାବେଳେ ଉମରକୋଟ ଏସ୍ଡ଼ିପିଓ ହେମନ୍ତ ପାଢ଼ୀଙ୍କ ଉପସ୍ଥିତିରେ ଆଇଆଇସି ଉମେଶ କୁମାର ସାହୁ ଏତଲା ଗ୍ରହଣ କରି ଭାଣ୍ଡି ପାରା ଗ୍ରାମକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ସମୟରେ ପ୍ରଦୀପଙ୍କ ସହ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଝରୀଗାଁ ଜିଲ୍ଲା ପରିଷଦ ସଭ୍ୟ ପଦ୍ମନାଭ ପାଠକ, ଅଖିଳ ଭତରା, ଗୋକୁଳ ପଟନାୟକ, ତମ୍ବୁ ଦାଶ ପନକା, ସୁମିତ ପୂଜାରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଆଜିର ଏହି ତଦନ୍ତ ସମୟରେ ଭାଣ୍ଡି ପାରାରେ ୬ ଟି ଘର ଥିବାବେଳେ ସେଠାରେ ୩୬ଟି ଲାଟ୍ରିନ ନିର୍ମାଣ ହେବା କାଗଜ କଲମରେ ଦେଖାଯାଇଛି କିନ୍ତୁ ସେଠାରେ ଗୋଟିଏ ବି ଲାଟ୍ରିନ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପ୍ରଦୀପ କହିଥିବା ବେଳେ ଆସନ୍ତା କାଲିଠାରୁ ଏତଲା ଦେବା ପ୍ରକ୍ରିୟା ଜାରି ରହିବ ଏବଂ ବିଡ଼ିଓଙ୍କୁ ଗିରଫ କରା ନ ଗଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories