www.samajalive.in
Sunday, December 14, 2025
23.1 C
Bhubaneswar

ଅଳସୁଆ ଗ୍ରାମରେ ଡେଙ୍ଗୁ ସଚେତନତା : ଜଣେ ଆକ୍ରାନ୍ତ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଅଳସୁଆ ଗ୍ରାମ(କୈବର୍ତ୍ତସାହି)ରେ ବୁଧବାର ଅପରାହ୍ନରେ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ, ସୁପରଭାଇଜର କବିରାଜ ସେଠୀ, ସ୍ୱାସ୍ଥ୍ୟ କର୍ମୀ ରଶ୍ମିରଞ୍ଜନ ଚୌଧୁରୀ, ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଘର ଘର ବୁଲି ଲୋକମାନଙ୍କୁ ଡେଙ୍ଗୁ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ଅଳିଆ ଆବର୍ଜନା ନକରିବା, ଘରେ ଓ ଘର ବାହାରେ ମାନଙ୍କ ବଂଶ ନିପାତ କରିବା, ଖାଲୁଆ ଜାଗାରେ ପାଣି ନଜମାଇବା ଆଦି ଅନେକ କାର୍ଯ୍ୟ ସମ୍ପର୍କରେ ସଚେତନ କରି ଶୁଷ୍କ ଦିବସ ପାଳନ ପାଇଁ ଆଲୋକପାତ କରିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଗ୍ରାମରେ ଜଣେ ୨୦ବର୍ଷ ବୟସର ଯୁବକକୁ ୨ସପ୍ତାହ ତଳେ ଜ୍ୱର ଲାଗିରହି ଗୁରୁତର ହେବାରୁ ଚିକିତ୍ସା ପାଇଁ କଟକ ବଡମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର ସୂଚନା କ୍ରମରେ ସେହି ଯୁବକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ଥିବା ହେତୁ ଅଳସୁଆ ଗ୍ରମରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଓ ଡେଙ୍ଗୁ ନିରାକରଣ ପାଇଁ ସଚେତନ ହେବାକୁ ଲୋକମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ମାନେ ବୁଝାଉଥିବା ସୂଚନା ମିଳିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories