www.samajalive.in
Friday, December 5, 2025
17.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ୨୨ କେଜି ଗଞ୍ଜେଇ ଜବତ, ମହିଳା ସମେତ ୪ ଗିରଫ

ଧର୍ମଗଡ: ଧର୍ମଗଡ ଅବକାରୀ ବିଭାଗ ତରଫରୁ ସଂଦେହରେ ଛତିଶଗଡ ଯାଉଥିବା ଦୁଇଟି ନମ୍ବର ବିହୀନ ବାଇକକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ବିଭାଗ ଏହି ମାମଲାରେ ଜଣେ ମହିଳା ସମେତ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନାଁ ହେଲା ବିକାଶ ବୈରାଗୀ,ନଜମା ବେଗମ, ଛୋଟୁ ସିଂ, ସଞ୍ଜୁ ୱିକେ। ସମସ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ସୂଚନା ମିଳିଛି। ବଲାଙ୍ଗୀରରୁ ଏମାନେ ଦୁଇଟି ନମ୍ବର ବିହୀନ ବାଇକରେ ଛତିଶଗଡ ରାୟପୁର ଦେଇ ମଧ୍ୟପ୍ରଦେଶ ଯିବା କଥା। କୌଣସି ସୁତ୍ରରୁ ଖବର ପାଇଁ କଳାହାଣ୍ଡି ଅବକାରୀ ଅଧିକ୍ଷକ ଏମାନଙ୍କୁ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଧର୍ମଗଡ ନିକଟ ଛିଲିପା ଠାରେ ଏମାନଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଡେପୁଟି ଅବକାରୀ ଅଧିକ୍ଷକ ଉମା ଶଙ୍କର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏମାନଙ୍କୁ ଛିଲିପା ଗାଁ ପାଖରେ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ଚଢ଼ଉରେ ଇନିସପେକ୍ଟର ଲଲିତ ମୋହନ ମିଶ୍ର,ଭ୍ରାମ୍ୟମାଣ ଓଆଇସି ଦିଲ୍ଲୀପୁ କୁମାର ରଥ,ଧର୍ମଗଡ ଇନଚାର୍ଜ ସତ୍ୟନାରାୟଣ ଦାସ,ଏଏସଆଇ ବସନ୍ତ କୁମାର ବିଶି, ଏଏସଆଇ ଅଶୋକ କୁମାର ସାହୁ, କନେଷ୍ଟବଳ ଅରୁଣ ଧ.ମାଝି, ମହିଳା କନେଷ୍ଟବଳ ପ୍ରତିମା ଗହୀର ପ୍ରମୂଖ ସାମିଲ ହୋଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଛି। ବଲାଙ୍ଗୀରରୁ ଏତେ ବାଟ ଆସିବା ପରେ ବାଟରେ କାହାର ସଂଦେହ ନହେବା ଗଂଜେଇ ଚାଲାଣର ମଜବୁତ ନେଟୱାର୍କକୁ ସୁଚାଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories