www.samajalive.in
Saturday, December 6, 2025
23.1 C
Bhubaneswar

ସୁନା ତସ୍କରୀ: କେରଳର ପୂର୍ବ ମୁଖ୍ୟ ଶାସନ ସଚିବ ଏମ୍.ଶିବଶଙ୍କରଙ୍କୁ ଗିରଫ ଅନୁମତି

କୋଚ:କେରଳର ସୁନା ଚୋରା ଚାଲାଣ ମାମଲାରେ ବିଚାରବିଭାଗୀୟ ହେପାଜତରେ ଥିବା ନିଲମ୍ବିତ ଆଇଏଏସ୍ ଅଧିକାରୀ ଏମ.ଶିବଶଙ୍କରଙ୍କୁ ଗିରଫ କରିବା ପାଇଁ ସୋମବାର ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଛନ୍ତି। କୂଟନୈତିକ ସମ୍ପର୍କକୁ ବ୍ୟବହାର କରି ସୁନା ଚୋରି କାରବାରରେ ତାଙ୍କର ସମ୍ପୃକ୍ତି ଅଭିଯୋଗରେ ବର୍ହିଶୁଳ୍କ ବିଭାଗ ମଣ୍ଡି ଲଣ୍ଡ୍ରିଂ ଆଇନ ଅନୁସାରେ ତାଙ୍କୁ ଗିରଫ ପାଇଁ ଆବେଦନ କରିଥିଲା ।

ସୁନା ଚୋରା ଚାଲାଣ ମାମଲାରେ ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ କେରଳ ମୁଖ୍ୟ ସଚିବଙ୍କୁ ଅଟକ ରଖିଥିଲା ଓ ତାଙ୍କୁ ବିଚାର ବିଭାଗୀୟ ହେପାଜତରେ ରଖାଯାଇଥିଲା । ସେ ଏବେ ଜେଲରେ ଅଛନ୍ତି । ବର୍ହିଶୁଳ୍କ ଆଇନ ୧୯୬୨ ଅନୁଯାୟୀ ସୁନା ଚୋରାରେ ଆମଦାନୀ କରିବା ଏକ ଅପରାଧ ହୋଇଥିବାରୁ ତାଙ୍କୁ ଗିରଫ କରାଯିବାକୁ ଅନୁମତି ଲୋଡ଼ାଯାଇଥିଲା ।

- Advertisement -

ବର୍ହିଶୁଳ୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ଜୁଲାଇ ୫ରେ ଥିରୁବନନ୍ତପୁରମରେ ୟୁଏଇରୁ ଅଣାଯାଇଥିବା ୩୦ କିଲୋ ଚୋରା ସୁନା ଜବତ ହୋଇଥିଲା । ଏହି ମାମଲରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ, ସରିତ ପିଏସ, ସନ୍ଦୀପ ନାୟାରଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି । ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ), ଇଡି ଏବଂ ବର୍ହିଶୁଳ୍କ ଜୁଲାଇ ୩୦ତାରିଖରେ ସୁନା ଜବତ ହେବା ସହ ରାକେଟ୍ ଉପରେ ପୃଥକ ଅନୁସନ୍ଧାନ କରୁଛନ୍ତି। କନସୁଲେଟର ପୂର୍ବତନ କର୍ମଚାରୀ ସୁରେଶଙ୍କ ସହ ଲିଙ୍କ୍ ଆସିବା ପରେ ଆଇଏଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories