www.samajalive.in
Saturday, December 6, 2025
23.1 C
Bhubaneswar

ଫିନାଇଲ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ଫୁଲବାଣୀ: ଗ୍ରାମାଞ୍ଚଳର ମହିଳା ହେଲେ ମଧ୍ୟ ନିଜ ଇଛାଶକ୍ତି ବଳରେ ସେମାନେ ହୋଇ ପାରିଛନ୍ତି ସ୍ୱାବଲମ୍ବୀ। ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା ଦିନଠାରୁ ଆରମ୍ଭ କରିଥିବା କୌଣସି କାର୍ଯ୍ୟରେ ଅସଫଳ ହୋଇ ନ ଥିବା ମହିଳା ସଂଘ ବର୍ତମାନ ଫିନାଇଲ ପ୍ରସ୍ତୁତ କରି ନୂତନ ବ୍ୟବସାୟ ଆରମ୍ଭ କରିଛନ୍ତି। ଏହିଭଳି ସ୍ୱାବଲମ୍ବୀ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଂଚାୟତ ଦଡ଼ିବାଡ଼ିର ସ୍ୱାଗତିକା ସ୍ୱୟଂ ସହାୟକ ଗୋଷ୍ଠୀ।

ମାତ୍ର ୧୦ ଜଣ ମହିଳା ମିଶି ସ୍ୱାଗତିକା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା ପରେ ପ୍ରଥମେ ପରିବା ଚାଷ ଆରମ୍ଭ କରିଥିବା ବେଳେ ପରବର୍ତି ସମୟରେ ଧାନ ଚାଷ ଏବଂ ମାଟି ଇଟାଗଢ଼ି ସଂଘର ବ୍ୟାଙ୍କ ଜମାଖାତାରେ ଟଙ୍କା ସଂଚୟ କରିଥିଲେ। ଏଥି ସହିତ ପ୍ରତିମାସରେ କିଛି କିଛି ଟଙ୍କା ସମସ୍ତ ସଦସ୍ୟମାନେ ଜମାଖାତାରେ ସଂଚୟ କରିଥିଲେ। ଧିôରେଧିରେ ମହିଳାମାନେ ନିଜନିଜ ଚେଷ୍ଟାରେ ନିଜ ଗୋଷ୍ଠୀ ନିମନ୍ତେ ଏକ ଜାଗା କିଣିବା ସହିତ ସେହି ସ୍ଥାନରେ ନିଜ ଟଙ୍କାରେ ଘର ନିର୍ମାଣ କରିଛନ୍ତି।ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା ଦେଖିବା ପରେ ପ୍ରତିଭା ଏଂଟରପ୍ରାଇଜର୍ସ ନାମକ ଏକ ସଂସ୍ଥା ମହିଳା ମାନଙ୍କୁ କମ୍‍ ଖର୍ଚ୍ଚରେ ଫିନାଇଲ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ନେଇ ପ୍ରୋତ୍ସାହିତ କରିଥିଲୋ ମହିଳା ମାନେ ଏଥିରେ ରାଜି ହେବା ପରେ ୨ଦିନିଆ ତାଲିମ ନେଇଥିଲେ। ରୁବିତା ବିନ୍ଧାଣୀ ଏବଂ ଚିନ୍ମୟ ଦଳବେହେରା ଏହି ତାଲିମ ପ୍ରଦାନ କରିଥିଲେ।ଏହାପରେ ସଂଘ ସଦସ୍ୟା ମାନେ ମାତ୍ର ୧୮ହଜାର ଟଙ୍କା ଦେଇ ପ୍ରତିଭା ଏଂଟରପ୍ରାଇଜର୍ସ ଠାରୁ ଫିନାଇଲ ପ୍ରସ୍ତୁତ ପାଇଁ ଆବଶ୍ୟକ କଂଚାମାଲ ଆଣି ଫିନାଇଲ ପ୍ରସ୍ତୁତ ଆରମ୍ଭ କରିଥିଲେ। ଏଥି ସହିତ ପ୍ରତିଭା ଏଂଟରପ୍ରାଇଜର୍ସ ସ୍ୱାଗତିକା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ପ୍ରତିମାସ ୧ହଜାର ଲିଟର ଫିନାଇଲ କିଣିବା ପାଇଁ ଚୁକ୍ତି କରିଥିବା ବେଳେ ଏଥିପାଇଁ ସଂଘକୁ ମାସକୁ ୩୦ହଜାରଟଙ୍କା ଦେବାକୁ ଚୁକ୍ତି କରିଥିବା ସଂଘ ସଭାପତି ଜାନୁ ଦଳବେହେରା ପ୍ରକାଶ କରିଛନ୍ତି। ୫ଲିଟର ଫିନାଇଲ ପ୍ରସ୍ତୁତ ସାମଗ୍ରୀରେ ୧୦୦ଲିଟର ଫିନାଇଲ ପ୍ରସ୍ତୁତ ହେଉଥିବା ଉପସଭାପତି ବିଜୟଲକ୍ଷ୍ମୀ ବେହେରା କହିଥିଲେ। ଫିନାଇଲ ବ୍ୟବସାୟରୁ ଯାହା ଲାଭ ମିଳିବ ସେହି ଟଙ୍କାକୁ ସ୍ୱଳ୍ପ ସୁଧରେ ଜରୁରୀ ପରିସ୍ଥିତିରେ ଅସହାୟ ଲୋକଙ୍କୁ ଦେବାକୁ ସଂଘ ଲକ୍ଷ୍ୟ ରଖିଥିବା ବେଳେ ସଂଘ ସଦସ୍ୟମାନଙ୍କର ସୁବିଧା ଅସୁବିଧାରେ ସାହାଯ୍ୟ କରାଯାଉଛି ବୋଲି ସଂଘର ସଦସ୍ୟା କୁନ୍ତଳା ବେହେରା, ସୁରଭି ଦଳବେହେରା, କଇଁ ବେହେରା, ପୁଷ୍ପ ବେହେରା, ଜେମା ବେହେରା, ଚମ୍ପା ଦଳବେହେରା, ଲଳିତା ଦଳବେହେରା ଏବଂ ବୃନ୍ଦାବତୀ ବେହେରା ପ୍ରକାଶ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିବା ଦିନଠାରୁ ସମସ୍ତ ସଦସ୍ୟାମାନେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା କରିବା ସହିତ ସବୁ ପ୍ରକାର କାର୍ଯ୍ୟରେ ପରସ୍ପରର ମତାମତ ଗ୍ରହଣ କରାଯାଉଥିବା ସଂଘ ସଦସ୍ୟମାନେ କହିଛନ୍ତି ଯାହା ତାଙ୍କ ଗୋଷ୍ଠୀ ର ସଫଳତାର ମୁଖ୍ୟ କାରଣ। ଏହି ସ୍ୱୟଂ ସହାୟକ ଗୋଷ୍ଠୀ ବର୍ତମାନ ଅନ୍ୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପାଇଁ ପ୍ରେରଣା ସାଜିଛନ୍ତି।ମହିଳାମାନଙ୍କ ଏହି ସଫଳତା ପାଇଁ ସିମନବାଡ଼ି ଅଂଚଳବାସୀମାନେ ଖୁସି ପ୍ରକାଶ କରିବା ଏହା ଅନ୍ୟମାନଙ୍କୁ ବେସ୍‍ ପ୍ରେରଣାଦେବା ସହିତ ଅନ୍ୟମାନେ ମଧ୍ୟ ଏହାକୁ ନେଇ ଆରମ୍ଭ କରିଛନ୍ତି ନିଜ ନିଜ ଭିତରେ ସ୍ୱାବଲମ୍ବି ପାଇଁ ବିିଭିନ୍ନ ପ୍ରକାର ପଦକ୍ଷେପ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories