www.samajalive.in
Friday, December 12, 2025
23.1 C
Bhubaneswar

ଆଜିଠୁ ଆଇଟିଆଇ ପରୀକ୍ଷା : କରୋନା ଆକ୍ରାନ୍ତ ଦେଇପାରିବେନି ପରୀକ୍ଷା

ଭୁବନେଶ୍ବର : ଆଇଟିଆଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୋମବାର ଅର୍ଥାତ ଆଜି ଠାରୁ ଆରମ୍ଭ ହେଉଛି। ସରକାରୀ ଏବଂ ବେସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନରୁ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ କୋଭିଡ୍‌ ନିୟମାବଳୀ ମାନି ଶ୍ରେଣୀ ଗୃହରେ ପରୀକ୍ଷା ଦେବେ। ପରୀକ୍ଷା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାରି ଭିତରେ ପ୍ରାକ୍ଟିକାଲ ଏବଂ ଥିଓରି ପରୀକ୍ଷା କରାଯିବ। ପରୀକ୍ଷା ଅଫ୍‌ଲାଇନ୍‌ରେ ହେବାକୁ ଥିବାବେଳେ ଛାତ୍ରଛାତ୍ରୀ କୋଭିଡ୍‌ ନିୟମାବଳୀ କିପରି ପାଳନ କରିବେ ସେ ଦିଗରେ କଲେଜ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଶ୍ରେଣୀ ଗୃହକୁ ସାନିଟାଇଜ୍ କରାଯିବା ସହିତ ସାମାଜିକ ଦୂରତ୍ବ ରକ୍ଷା କରିବା ନିମନ୍ତେ ଗୋଟିଏ ହାଇଡେକ୍ସ ବେଞ୍ଚରୁ ଆଉ ଗୋଟିଏ ହାଇଡେକ୍ସ ବେଞ୍ଚ ମଧ୍ୟରେ ଦୁଇଗଜ ଦୂରତ୍ବ ରଖାଯାଇଛି। ଛାତ୍ରଛାତ୍ରୀ ହଲ୍‌ ଭିତରକୁ ପ୍ରବେଶ କରିବା ବେଳେ ଥର୍ମାଲ ସ୍କ୍ରିନିଂ କରାଯିବ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କଲେଜ ପରିସର ମଧ୍ୟ‌ରେ ହାତ ଧୋଇବା ପାଇଁ ବ୍ୟବସ୍ଥା ହୋଇଛି। ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ କରିବା ପାଇଁ ଆଧାର କାର୍ଡ, କଲେଜ ପରିଚୟ ପତ୍ର ଏବଂ ଆଡମିଟ୍‌ କାର୍ଡ ସାଥିରେ ନେବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ କଲେଜ ପରିଚୟ ପତ୍ର ମଗାଯିବ। ଛାତ୍ରଛାତ୍ରୀ କଲେଜ ପରିଚୟ ପତ୍ର ଆଣି ନଥିଲେ ଆଧାର କାର୍ଡ ଦେଖାଇବେ। ପରୀକ୍ଷା ଦେବା ପାଇଁ ୬୦୦୦ ବାଂଲାଦେଶୀ ରୋହିଙ୍ଗ୍ୟା ସମ୍ପ୍ରଦାୟ ଓଡ଼ିଶାକୁ ଆସିଛନ୍ତି। ସେମାନଙ୍କ ପାଖରେ ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେଇ ପାରିବେ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁହାଯାଉଛି ଏମାନେ ସମସ୍ତେ ପଶ୍ଚିମବଙ୍ଗର। ଓଡ଼ିଶାର ବିଭିନ୍ନ ଆଇଟିଆଇ କଲେଜରେ ନାମଲେଖାଇ ପଢୁଛନ୍ତି। ସେଥିପାଇଁ ପରୀକ୍ଷା ଦେବା ନିମନ୍ତେ ଆସିଛନ୍ତି। ବେସରକାରୀ ଆଇଟିଆଇ କଲେଜ ସଂଘ ପକ୍ଷରୁ କୁହାଯାଇଛି ଯେ ଆଇଟିଆଇ ପାଠ୍ୟକ୍ରମକୁ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ଓ ତାଲିମ୍‌ (ଏଆଇଟିଇଟି)ନିୟନ୍ତ୍ରଣ କରୁଛି। ପରୀକ୍ଷା କାର୍ଯ୍ୟସୂଚୀ ତିଆରି କରିବା ସହିତ ମୂଲ୍ୟାୟନ ଏବଂ ଫଳ ପ୍ରକାଶ କରୁଛି। ନାମଲେଖା ମଧ୍ୟ ସର୍ବ ଭାରତୀୟ ସ୍ତରରେ କରାଯାଉଛି। ଯେଉଁ ରୋହିଙ୍ଗ୍ୟା କଥା କୁହାଯାଉଛି ସେମାନେ ପଶ୍ଚିବବଙ୍ଗରେ ବସବାସ କରୁଥିବାରୁ ଭାରତର ଯେକୌଣସି ରାଜ୍ୟରେ ମଧ୍ୟ ପଢ଼ି ପାରିବେ।
କରୋନା ଆକ୍ରାନ୍ତ ଏବଂ ଲକ୍ଷଣ ଦେଖାଦେଉଥିବା ଛାତ୍ରଛାତ୍ରୀ ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ। ସେମାନଙ୍କ ପାଇଁ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ତାରିଖ ଘୋଷଣା କରାଯାଇ ପରୀକ୍ଷା କରାଯିବ ବୋଲି ଏଆଇଟିଇଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories