www.samajalive.in
Thursday, December 11, 2025
15.1 C
Bhubaneswar

ସୁପରମାର୍କେଟ୍‌ କାରଣରୁ ବଢ଼ୁଛି କରୋନା

ବ୍ରିଟେନ୍‌ରେ ଦ୍ବିତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ଚାଲିଥିବାବେଳେ ସେଠା ଜନସାଧାରଣ ଏହି ପରିସ୍ଥିତିରେ ସୁଦ୍ଧା ସଚେତନ ନୁହନ୍ତି। ଲୋକଙ୍କୁ ଘରେ ରହି ହୋମ୍-ଡେଲିଭରୀରେ ଜିନିଷ ବରାଦ୍ କରିବାକୁ ପ୍ରଶାସନ ଘୋଷଣା କରିଥିବା ସତ୍ତ୍ବେ କୌଣସି ଲାଭ ମିଳିନାହିଁ। ସେଠାରେ ପୂର୍ବ ଓ ଏବର ଲକ୍‌-ଡାଉନ୍୍ରେ ସୁପରମାର୍କେଟ୍ ବନ୍ଦ ହୋଇନାହିଁ। ଏଇ ସୁପରମାର୍କେଟ୍ ଖୋଲା ରହିବା କାରଣରୁ ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିଚାଲିଛି। ନଭେମ୍ବର ୯-୧୫ ମଧ୍ୟରେ ସ୍ଥିତିକୁ କଡ଼ାକଡ଼ି ଭାବେ ଅନୁଧ୍ୟାନ କରାଯିବା ପରେ ତଥ୍ୟ ପ୍ରକାଶିତ। ସୁପରମାର୍କେଟ୍‌ରେ ଦୈନିକ ସଂଖ୍ୟାଧିକ ଲୋକ କିଣାକିଣି ପାଇଁ ଆସିବା କାରଣରୁ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮.୩% ବୃଦ୍ଧି ପାଇଛି। ମାଞ୍ଚେଷ୍ଟରନିବାସୀ ଷ୍ଟିଫେନ୍‌ ଏ ବାବଦରେ କହିଛନ୍ତି, ହୋମ୍-ଡେଲିଭରୀରେ ସେମାନେ ସତେଜ ଖାଦ୍ୟ ସାମଗ୍ରୀ ଯେପରି ପାଉଁରୁଟି, ପରିବା, ଅଣ୍ଡା ଇତ୍ୟାଦି ପାଉନାହାନ୍ତି। ସୁପରମାର୍କେଟ୍ ଧାଇଁ ଆସିବାର ଏହା ହେଉଛି ଅନ୍ୟତମ ମୁଖ୍ୟ କାରଣ। ଏସବୁ ଫୁଡ୍‌ ଷ୍ଟୋର୍‌ରେ ପ୍ରବେଶ ମାତ୍ରେ ଜଣେ ବ୍ୟକ୍ତି ଟ୍ରଲି ନଚେତ୍ ବାସ୍କେଟ୍୍ଟିଏ ଧରିଥାଏ। ଏଗୁଡ଼ିକୁ ଭଲ ଭାବେ ସାନିଟାଇଜ୍ କରାଯାଇ ରଖାଯାଉଛି। ଏହା ସତ୍ତ୍ବେ କରୋନା ବ୍ୟାପିବାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ସ୍ଥାନୀୟ ଲୋକଙ୍କ ବେପରୁୱା ଚାଲିଚଳଣ ଦେଖି ଲକ୍-ଡାଉନ୍‌ ନିୟମକୁ ଅଧିକ କଡ଼ା କରାଯିବ ବୋଲି ବ୍ରିଟେନ୍ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories