www.samajalive.in
Monday, December 8, 2025
20.1 C
Bhubaneswar

ଉତ୍କଳମଣିଙ୍କ ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ ସ୍ଥାପନ

କଟକ : ‘ସମାଜ’ର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି। ଜିଲା ପ୍ରଶାସନ, ପୂର୍ତ୍ତ ଡିଭିଜନ-୧ ଏବଂ ନାଲକୋ ସହଯୋଗରେ ଗୋପବନ୍ଧୁଙ୍କର ପ୍ରାୟ ୧୨ଫୁଟ ଉଚ୍ଚର ପ୍ରତିମୂର୍ତ୍ତି କ୍ରେନ ସହାୟତାରେ ରବିବାର ଅପରାହ୍ଣରେ ସ୍ଥାପନ କରାଯାଇଥିଲା। ରାଜ୍ୟରେ ଏହା ଗୋପବନ୍ଧୁଙ୍କର ସର୍ବୋଚ୍ଚ ଉଚ୍ଚତାର ପ୍ରତିମୂର୍ତ୍ତି।

ଆନୁଷଙ୍ଗିକ କାର୍ଯ୍ୟ ଶେଷ ହେବା ପରେ ଖୁବଶୀଘ୍ର ଏହାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ ବୋଲି ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ଆଜି ଏହି ପ୍ରତିମୂର୍ତ୍ତି ସ୍ଥାପନ ସମୟରେ ମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ରବି ରଥ, ପୂର୍ତ୍ତ ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ବେହେରା, ସହକାରୀ ଯନ୍ତ୍ରୀ ଅବିନାଶ ପରିଡାଙ୍କ ସମେତ ଟ୍ରାଫିକ ପୁଲିସ ଓ ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅପରାହ୍ଣ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ୬ଘଣ୍ଟା ଧରି ଏହି ସ୍ଥାପନ କାର୍ଯ୍ୟ ଚାଲିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories