www.samajalive.in
Monday, December 8, 2025
20.1 C
Bhubaneswar

କରୋନା ପ୍ରଭାବରେ ମେଲେରିଆ ହ୍ରାସ : ଗତ ବର୍ଷ ତୁଳନାରେ ହଜାରେ କମ୍‌, ବିଶୋଧନ ଓ ପରିମଳର ସୁଫଳ ମିଳିଲା

ବ୍ରହ୍ମପୁର : କରୋନାଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଗଞ୍ଜାମ ଜିଲା। ଜିଲାରେ ମହାମାରୀକୁ ରୋକିବା ପାଇଁ ପରିମଳଠାରୁ ଆରମ୍ଭ କରି ବ୍ୟାପକ ବିଶୋଧନ ଅଭିଯାନ ହାତକୁ ନିଆଯାଇଥିଲା। ଯଦ୍ବାରା କେବଳ କରୋନା ନୁହେଁ ବରଂ ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଥିବା ଜଣାପଡ଼ିଛି। ୨୦୧୯ରେ ଟେଷ୍ଟ ପଜିଟିଭିଟି ରେଟ୍‌ (ଟିପିଆର୍‌) ତୁଳନାରେ ଆକ୍ରାନ୍ତଙ୍କ ହାର ୦.୮୨ପ୍ରତିଶତ ରହିଥିଲା। ୨୦୨୦ରେ ଟିପିଆର୍‌ ୦.୬୬ ପ୍ରତିଶତକୁ ଖସି ଆସିଛି। ବିଶୋଧନ ଏବଂ ପରିମଳ ଅଭିଯାନ ଯୋଗୁ ମଶାବଂଶ ବିସ୍ତାର କରିପାରିଲା ନାହିଁ। ଏଣୁ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।
ଜିଲା ମେଲେରିଆ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ରେ ମୋଟ ଜିଲାରେ ୨୮୮୮ ମେଲେରିଆରେ ଆକ୍ରାନ୍ତ ହୋଇଥିଲେ। ୨୦୨୦ରେ ଏହା ହ୍ରାସ ପାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୩ରେ ସୀମିତ ରହିଛି। ୨୦୧୯ରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୮୧୭ଜଣ ମେଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିତବର୍ଷ ଏହି ସମୟରେ ୫୦୧ ଆକ୍ରାନ୍ତ ହୋଇଛନ୍ତି। ଗତବର୍ଷ ଜୁଲାଇରେ ୩୦୯, ଅଗଷ୍ଟରେ ୨୯୩ ଏବଂ ସେପ୍ଟେମ୍ବରରେ ୨୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଜୁଲାଇରେ ୨୮୫, ଅଗଷ୍ଟରେ ୧୨୧ ଏବଂ ସେପ୍ଟେମ୍ବରରେ ମାତ୍ର ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା କେତେକ ପଦକ୍ଷେପ ଯୋଗୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା କୁହାଯାଉଛି। କରୋନା ଭୂତାଣୁର ପ୍ରସାରକୁ ରୋକିବା ପାଇଁ ବିଶୋଧନକୁ ବ୍ୟାପକ କରାଯାଇଥିଲା। ରାସ୍ତାଘାଟ ଏବଂ ସାହିଗୁଡ଼ିକରେ ବ୍ୟାପକ ବିଶୋଧନ କରାଯାଇଥିବାବେଳେ ସହରାଞ୍ଚଳରେ ମଧ୍ୟ ନିୟମିତ ସଫେଇ ହୋଇଥିଲା। ଫଳରେ ମଶା ତା’ର ବଂଶ ବିସ୍ତାର କରିପାରିଲା ନାହିଁ। କରୋନାକୁ ଜିଲାରେ କମାଇବା ପାଇଁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସବୁଆଡ଼େ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମେଲେରିଆ ନିୟନ୍ତ୍ରଣ ଅଭିଯାନରେ ୨୮୬୧ ଆଶାକର୍ମୀ ଜିଲାରେ ଭାଗ ନେଇଥିଲେ। ସେମାନଙ୍କୁ ରାପିଡ ଡାଏଗ୍ନୋଷ୍ଟିକ୍‌ ଟେଷ୍ଟ(ଆର୍‌ଡିଟି) ସମ୍ପର୍କରେ ତାଲିମ୍‌ ଦିଆଯାଇଥିଲା। ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ନମୁନା ନେଇ ମାତ୍ର ଅଧ ଘଣ୍ଟାଏ ଭିତରେ ରିପୋର୍ଟ ମିଳିଯାଉଥିଲା। ଏଣୁ ଆକ୍ରାନ୍ତଙ୍କୁ ଚିହ୍ନଟ ସହ ଚିକିତ୍ସାରେ ସୁବିଧା ହେଲା। ସଂକ୍ରମଣ ମଧ୍ୟ ବ୍ୟାପି ପାରିଲା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ବାୟୁବାହିତ ରୋଗ) ଡା. ସନ୍ତୋଷକୁମାର ପାଢ଼ୀଙ୍କୁ ଏ ସମ୍ପର୍କରେ ପଚାରାଯିବାରୁ ସେ କହିଥିଲେ ଯେ କରୋନା କଟକଣା ଯୋଗୁଁ ଲୋକେ ଘରେ ରହିଲେ। କରୋନା ପ୍ରତିହତ ଲାଗି ଯେଉଁସବୁ କଟକଣା ଏବଂ ପଦକ୍ଷେପ ନିଆଯାଇଥିଲା ତାହା ମେଲେରିଆ ନିୟନ୍ତ୍ରଣ ଦିଗରେ ଫଳପ୍ରଦ ହେଲା ବୋଲି ସେ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories