www.samajalive.in
Friday, December 12, 2025
16.1 C
Bhubaneswar

ଶୀତ ଆସିଲା, ହୀରାକୁଦ ଜଳଭଣ୍ଡାରରେ ଶୁଭିଲାଣି ବିଦେଶୀପକ୍ଷୀଙ୍କ କଳରବ ଶୁଭିଲା

ବୁର୍ଲା: ଶୀତ ଆସିବା ସହିତ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଗଲାଣି। ଗତକାଲି ସୁଦ୍ଧା ୧୦ ପ୍ରଜାତିର ପକ୍ଷୀ ଦୃଷ୍ଟିଗୋଚର ହୋଇଛନ୍ତି। ସ୍ପଟ ବିଲ ଡ଼କ, ହ୍ୱିସିଲିଙ୍ଗ ଡ଼କ, ବାର୍ଡ଼େଡ଼ ବଲ୍କ, ସ୍ଟଟେଡ଼ ଡ଼କ, କମନ ପୋଚାଡ଼, ଗଲ, ରଡ଼ିସେଲ ଡ଼କ ପ୍ରଜାତିର ପକ୍ଷୀ ପ୍ରାଥମିକ ଭାବେ ଜଳଭଣ୍ଡାରରେ ପହଛନ୍ତି। ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମର ପ୍ରାୟ ୮୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ବିଦେଶୀପକ୍ଷୀ ଆସିବା ଆରମ୍ଭ କରିଥାନ୍ତି। ଏବର୍ଷ ଜଳଭଣ୍ଡାରକୁ ଅଧିକ ପକ୍ଷୀ ଆସିବେ ବୋଲି ଆଶା କରାଯାଉଛି।

ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ଏହି ବିଦେଶୀପକ୍ଷୀ ମାନେ ନଭେମ୍ବର ସୁଦ୍ଧା ହୀରାକୁଦକୁ ଆସିଥାନ୍ତି। ଶୀତ ଯିବାପରେ ଫେବୃଆରୀ ଶେଷ ବେଳକୁ ନିଜସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ପକ୍ଷୀମାନେ ନଦୀବନ୍ଧର ପାୱାର ଚେନାଲ, ଭିତରେ ଥିବା କୁଦ, ପାର୍ଶ୍ବବର୍ତ୍ତୀ ଡେବ୍ରୀଗଡ଼ ଅଭୟାରଣ୍ୟ, କମଗାଁ, ବାରଖଣ୍ଡିଆ, ରେଙ୍ଗାଲି ଓ ଡାଇକର ବନାଞ୍ଚଳରେ ଅବସ୍ଥାନ କରିଥାନ୍ତି। ଏମାନେ ମୁଖ୍ୟତଃ କାସ୍ପିଆନ୍‌ ସାଗର, ମଙ୍ଗୋଲିଆ, କେନ୍ଦ୍ର ଓ ଦକ୍ଷିଣ-ପୂର୍ବ ଏସିଆ, ହିମାଳୟ, ବୈକାଲ ହ୍ରଦ ଆଦି ସ୍ଥାନରୁ ଏଠାକୁ ଆସିଥାନ୍ତି। ବନବିଭାଗର ଗଣନା ଅନୁଯାୟୀ ୨୦୧୯ ମସିହାରେ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାର ୯୪୬ ପକ୍ଷୀ ହୀରାକୁଦ ଆସିଥିଲେ। ୨୦୧୭ରେ ୭୬ ହଜାର୍‌ରୁ ଅଧିକ ଏବଂ ୨୦୧୬ରେ ୧.୩୭ ଲକ୍ଷ ପକ୍ଷୀ ଆସିଥିଲେ। ତେଣୁ ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ବଢୁଛି ା ସର୍ଭେରୁ ହୀରାକୁଦ ଜଳଭଣ୍ଡାରକୁ ହୁଇସିଲିଂ ଡକ୍‌, କମନ୍‌ ପୋଚାର୍ଡ଼, ଟଫ୍‌ଟେଡ଼୍‌ ଡକ୍‌, ଗ୍ରେଟ୍‌ କ୍ରେଷ୍ଟେଡ଼୍‌ ଗ୍ରେଭ, କମନ୍‌ କୁଟ୍‌, ଲେସର ହୁଇସିଲିଂ ଡକ୍‌, କମନ୍‌ ପୋଚାର୍ଡ଼, ଟଫ୍‌ଟେଡ଼ ଡକ୍‌, ଗ୍ରେଟ୍‌ କ୍ରେଷ୍ଟେଡ଼୍‌ ଗ୍ରେଭ୍‌, କମନ୍‌କୁଟ୍‌, ଲିଟିଲ୍‌ କୋମରାଫ, ବ୍ଲକ୍‌ହେଡେଡ଼ ଗଲ୍‌, ରେଡ଼ କ୍ରେଷ୍ଟେଡ଼ ଗ୍ରେଭ, ଡାଉନ ହେଡେଡ ଗଲ୍‌ ଆଦି ପ୍ରଜାତିର ପକ୍ଷୀ ଆସିଛନ୍ତି ା

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories