www.samajalive.in
Monday, December 8, 2025
27.1 C
Bhubaneswar

୧୯ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ଏବଂ ଯୁବ ମହୋତ୍ସବ ୨୦୨୦ ଉଦ୍‌ଯାପିତ

ଭୁବନେଶ୍ବର: ୧୯ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ଏବଂ ଯୁବ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ‘ସ୍ବାଭମାନ’ର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳିକା ସୁଶ୍ରୀ ଡ. ଶ୍ରୁତି ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁରଲାଚନା ଦାସ, ପଦ୍ମଶ୍ରୀ ଅରୁଣା ମହାନ୍ତି, ଶ୍ରୀ ଜଗଦାନନ୍ଦ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଲିଉଡ଼ ଷ୍ଟାର ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅଞ୍ଜଳି ମହୋତ୍ସବ ଉପଲକ୍ଷେ ଏକ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଦିଲ୍ଲୀର ଭିନ୍ନକ୍ଷମ ଦଳ ‘ଉଇ ଆର୍‌ ୱାନ୍‌ ଗ୍ରୁପ୍‌’ ହ୍ୟୁଇଲ୍‌ ଚେୟାର୍‌ ମାଧ୍ୟମରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।
୯ ଦିନଧରି ଚାଲିଥି ଅଞ୍ଜଳି ମହୋତ୍ସବରେ ବିଭିନ୍ନ ପ୍ରତିରଯାଗିତା, କର୍ମଶାଳା, ପ୍ୟାନେଲ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୧୦୦ରୁ ଅଧିକ ଶିଶୁଙ୍କୁ ଅନ୍‌ଲାଇନ୍‌ ଶିକ୍ଷାଦାନ କରାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories