www.samajalive.in
Friday, December 12, 2025
15.1 C
Bhubaneswar

କନ୍ଧମାଳ: ପ୍ରାଣୀ ଚିକିତ୍ସକମାନଙ୍କର କଳାବ୍ୟାଜ୍‍ ପରିଧାନ

ଫୁଲବାଣୀ: ରାଜ୍ୟରେ ପ୍ରାଣୀ ଚିକିତ୍ସାଳୟ ସେବା ସଂଘ ଆନୁକୂଲ୍ୟରେ ସମସ୍ତ ପ୍ରାଣୀ ଚିକିତ୍ସକମ।ନେ ଏକାଧିକ ଦାବି ତଥା କନିଷ୍ଠ ପ୍ରବେଶିକା କରିବା, ବରିଷ୍ଠତା ଭିତରେ ପଦୋନ୍ନାତି ପ୍ରଦାନ କରିବା, ଚିକିତ୍ସା କେନ୍ଦ୍ରକୁ ଚିକିତ୍ସକଙ୍କ ଡ଼ାଟାଏଣ୍ଟ୍ରି କାର୍ଯ୍ୟରେ ନିୟୋଜିତ ନକରିବା ଓ ସମସ୍ତ ପ୍ରାଣୀ ଚିକିତ୍ସକଙ୍କୁ କରୋନାଯୋଦ୍ଧା ଭାବେ ଘୋଷଣା କରିବା ଭଳି ଦାବିକରି ଆନ୍ଦୋଳନ ଚଲାଇଛନ୍ତି। ଗତ ଦିନରେ ଏହି ଦାବିନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କୌଣସି ପ୍ରକାର ଗୁରୁତ୍ୱନଦେଇ ଦିନକୁ ଦିନ ଅଧିକ କାର୍ଯ୍ୟଭାର ପ୍ରଦାନ କରିବାକୁ ବିରୋଧ କରି ସମଗ୍ର ଜିଲାରେ କାର୍ଯ୍ୟରତ ଥିବା ପ୍ରାଣି ଚିକିତ୍ସକମାନେ କଳାବ୍ୟାଜ୍‍ ପରିଧାନ କରି କାର୍ଯ୍ୟକରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହା ସପ୍ତାହବ୍ୟାପି ଚାଲିବ ବୋଲି ନିଷ୍ପତି ନିଆଯାଇଛି। ଏଭଳି ସ୍ଥଳେ କନ୍ଧମାଳ ଜିଲାର ୧୨ଟି ବ୍ଳକ ଦାରିଙ୍ଗବାଡ଼ି, ଫୁଲବାଣୀ, ରାଇକିଆ, କୋଟଗଡ଼, ତୁମୁଡିବନ୍ଧ, ଚକାପାଦ ଭଳି ସମସ୍ତ ପ୍ରାୟ ବ୍ଳକରେ କାର୍ଯ୍ୟରତ ପ୍ରାଣି ଚିକିତ୍ସକ ମାନେ ଗତ ଗତ ୨୦ ତାରିଖରୁ କଳାବ୍ୟାଜ୍‍ ପରିଧାନ କରି କାର୍ଯ୍ୟକରୁଥିବା ବେଳେ ଅସାନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆସନ୍ତା ୨୭ ତାରିଖ ସୁଦ୍ଧା ରାଜ୍ୟ ସରକାର ଦାବି ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ସମସ୍ତ ପ୍ରାଣି ଚିକିତ୍ସକ କାର୍ଯବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ମଧ୍ୟ ଚେତାବନି ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories