www.samajalive.in
Wednesday, December 10, 2025
16.1 C
Bhubaneswar

ଚିଟଫଣ୍ଡ ଠକେଇ: ସିବିଆଇ ପଞ୍ଝାରେ କର୍ଣାଟକର ପୂର୍ବତନ କଂଗ୍ରେସ ମନ୍ତ୍ରୀ ରୋଶନ ବେଗ୍

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ରୋଶନ ବେଗ୍ ବହୁ କୋଟି ଟଙ୍କାର  ଆଇ- ମନିଟାରୀ ଆଡ଼ଭାଇଜରୀ (ଆଇଏମଏ) ଠକେଇ ମାମଲାରେ ଅଡ଼ୁଆରେ ପଡ଼ିଛନ୍ତି ।  ରବିବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ।  ଗିରଫ ପରେ ସିବିଆଇ ରୋଶନ ବେଗଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର  କରାଯାଇଛି ଓ ତାଙ୍କୁ ଅଦାଲତ ୧୪ ଦିନିଆ ଜୁଡ଼ିସିଆରୀ ରିମାଣ୍ଡରେ ପଠାଇ ଦେଇଛି । ୨୫୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇରେ ସେ ଅନ୍ୟତମ ଅଂଶୀଦାର ବୋଲି କୁହାଯାଉଛି ।  ​​ଏଥିରେ ପ୍ରାୟ ୫୧ ହଜାର ଜମାକାରୀ କ୍ଷତିଗ୍ରସ୍ତ ହୋଇଛନ୍ତି ।

କର୍ଣାଟକ ଆଇଏମଏ ଏବଂ ଏହାର ଗୋଷ୍ଠୀ ସଂସ୍ଥା ଦ୍ୱାରା ପରିଚାଳିତ ଚିଟ୍ ଫଣ୍ଡ ସଂସ୍ଥା ଆଇ-ମନିଟାରୀ ଆଡ଼ଭାଇଜରୀ (ଆଇଏମ୍ଏ) ଅଧିକ ରିଟର୍ଣ୍ଣ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ସିବିଆଇ କହିଛି ଯେ ଆଇଏମଏ ଏବଂ ଏହାର ସହାୟକ କମ୍ପାନୀମାନେ ପ୍ରାୟ ଏକ ଲକ୍ଷ ନିବେଶକଙ୍କୁ  ନିବେଶର ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି। ଏହି କମ୍ପାନୀରେ ବିନିଯୋଗ କରୁଥିବା ଅଧିକାଂଶ ନିବେଶକ ମୁସଲମାନ ଅଟନ୍ତି। ଏହି ଅଭିଯୋଗ ପରେ ଶିବାଜୀ ନଗରର ପୂର୍ବତନ ବିଧାୟକ ରୋଶନ ବେଗଙ୍କୁ ସିବିଆଇ ଗିରଫ କରିଛି ।

- Advertisement -

ଆଇଏମଏର ସହ-ପ୍ରତିଷ୍ଠାତା ମହମ୍ମଦ ମାନସୁର ଖାନ ଅଭିଯୋଗ କରିଛନ୍ତି ଯେ ରୋଶନ ବେଗ ପ୍ରାୟ ୪୦୦ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଅଛନ୍ତି ।  ତାଙ୍କୁ ମହଙ୍ଗା କାର ଏବଂ ଅଳଙ୍କାର ଉପହାର ଦେବାକୁ ବାଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ରୋଶନ ବେଗ୍ ମନସୁର ଖାଁଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories