www.samajalive.in
Monday, December 8, 2025
24.1 C
Bhubaneswar

ଜମିରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ; ପୁର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହର ଗତ କିଛିଦିନ ଘଟଣା ପରିପ୍ରେକ୍ଷୀରେ ଏକପ୍ରକାର ଅଶାନ୍ତ ହୋଇଉଠିଛି। ନିତି ପ୍ରତିଦିନର ଅଘଟଣ ସଚେତନ ବର୍ଗଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ଏକ ମାସରୁ ଦୁଇମାସ ହେବ ବିଶେଷକରି ଆସାମାଜିକଙ୍କ ଦୌରାତ୍ମ୍ୟ ବୁର୍ଲା ସହରକୁ କବଳିତ କରି ରଖିଛି। ଆଜି ପୁଣି ଜଣେ ନିଖୋଜ ଯୁବକଙ୍କ ଝୁଲନ୍ତା ଶବ ଜମି ମଧ୍ୟରୁ ସନ୍ଦେହଜନକ ଭାବରେ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିବାର ବର୍ଗ ଏହାକୁ ସୁପରିକଳ୍ପତ ହତ୍ୟା ବୋଲି ଗୁରୁତର ଅଭିଯୋଗ ଅଣିଛନ୍ତି। ମୃତ ଯୁବକ ଜଣକ ବୁର୍ଲା ସହରର ମିର୍ଦ୍ଧାପଡାର ଅନିରୁଦ୍ଧ ପଞ୍ଚବିହାର(୩୬) ବୋଲି ଜଣାପଡ଼ିଛି।

- Advertisement -

ପରିବାର ଲୋକଙ୍କ ଠାରୁ ମିଳିଥିବା ସୁତ୍ର ଅନୁସାରେ ମୃତକ ଅନିରୁଦ୍ଧ ଗତ ୨୦ ତାରିଖ ଦିନ ରାତି ପ୍ରାୟ ୮ ଟା ସମୟରେ ପରୁବାର ବର୍ଗଙ୍କୁ ଭଲ ଲାଗୁନାହିଁ ବାହାରୁ ଟିକେ ବୁଲାବୁଲି କରି ଆସୁଛି କହି ଘରୁ ବାହାରିଥିଲେ। ରାତିସାରା ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ରାତିରେ ଚିନ୍ତାରେ ଶୋଇ ନ ଥିଲେ। ତା ପରଦିନ ଅର୍ଥାତ ଶନିବାର ଦିନ ସକାଳୁ ଖୋଜା ଖୋଜି କରିଥିଲେ ମଧ୍ୟ ଯୁବକଙ୍କ କୌଣସି ସୁରାକ ମିଳି ପାରି ନ ଥିଲା। କୌଣସି ସମ୍ପର୍କୀୟଙ୍କ ଘରକୁ ଯାଇଥିବେ ଭାବି ଖୋଜାଖୋଜି କରିଥିଲେ ମାତ୍ର କୌଣସି ପତ୍ତା ନ ମିଳିବାରୁ ଗତକାଲି ଅପରାହ୍ନ ୪ ଟା ସମୟରେ ବୁର୍ଲା ଥାନାରେ ପରିବାର ଲୋକେ ନିଖୋଜ ମାମଲା ଦାୟର କରିଥିଲେ । ପୁଲିସ ମଧ୍ୟ ଖୋଜାଖୋଜି କରିଥିଲେ ମାତ୍ର ଆଜି ସକାଳ ସମୟ ପ୍ରାୟ ୬ଟା ବେଳେ ଅନିରୁଦ୍ଧଙ୍କ ଘରଠାରୁ ପ୍ରାୟ ୭ ଶହ ମିଟର ଦୂରରେ ଏକ ବିଲରେ ଥିବା ପଲାସ ଗଛରେ ବେକରେ ଏକ ଗାମୁଛା ସାହାଯ୍ୟରେ ଶବ ଝୁଲୁଥିବା କେହିଜଣେ ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଅନିରୁଦ୍ଧଙ୍କ ଶବକୁ ଚିହ୍ନଟ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅନେକ ଲୋକେ ଘଟଣାସ୍ଥଳକୁ ଧାଇଁଥିଲେ। ଅନିରୁଦ୍ଧଙ୍କ ପରିବାର ଶବଟି ମାତ୍ର ପାଞ୍ଚଫୁଟ ଉଚ୍ଚତା ଡ଼ାଲରେ ଝୁଲୁଥିବା ଏବଂ ଆଣ୍ଠୁତଳେ ଲାଗି ରହିଥିବା ଦେଖି ଏହା ଆତ୍ମହତ୍ୟା ନୁହେଁ ଅନିରୁଦ୍ଧଙ୍କୁ ହତ୍ୟା କରାଯାଇଥିବା ଗୁରୁତର ଅଭିଯୋଗ ଆଣିଥିଲେ। ଏହା ସହିତ କିଛି ସମୟ ପାଇଁ ବୁର୍ଲା ପ୍ଲାନେଟୋରିୟମ ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ। ପୁଲିସ ବିଳମ୍ବରେ ଆସିଥିବା ଅଭିଯୋଗ ଆଣିଥିଲେ। ଅନ୍ୟପଟେ ଅନିରୁଦ୍ଧଙ୍କ ପତ୍ନି ମଧ୍ୟ ପୂର୍ବରୁ ତାଙ୍କୁ ମାରିବା ପାଇଁ ଜଣେ ଯୁବକ ଧମକ ଦେଉଥିବା ବେଳେ ସେମାନେ ଏଭଳି କରିଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର, ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନାରେ ୩୦୨ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ବୁର୍ଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସେପଟେ ପୁଣି ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଜବତ କରିବା ପାଇଁ ଯିବା ସମୟରେ ପରିବାର ବର୍ଗ ତଥା ଶତାଧିକ ପଡ଼ାବାସୀନ୍ଦା ସାଇଣ୍ଟିଫିକ ଦଳ ସହିତ ସନ୍ଧାନି କୁକୁର ଆସି ଯାଞ୍ଚ କରିବା ପରେ ଶବ ଉକ୍ତ ବିଲ ମଧ୍ୟରୁ ଉଠିବ ବୋଲି ଦାବି କରିଥିଲେ। ଏହାପରେ ଅପରାହ୍ନ ସମୟରେ ସାଇଣ୍ଟିଫିକ ଦଳ ଏବଂ ସନ୍ଧାନୀ କୁକୁର ଆସି ମୃତକ ଯୁବକଙ୍କ ଚପଲ ତଥା ଅନ୍ୟାନ୍ୟ ସାମଗ୍ରୀ ଘ୍ରାଣ କରି ସିଧାସଳଖ ପଡ଼ାଦେଇ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆସିଥିଲା ମାତ୍ର କୌଣସି ସୁରାକ ମିଳି ପାରି ନ ଥିଲା। ଏହାକୁ ନେଇ ପରିବାର ବର୍ଗ ପଡ଼ାବାସୀନ୍ଦା ସନ୍ଧାନି କୁକୁରଙ୍କୁ ପୁଣି ଘଟଣାର ଯାଞ୍ଚ କରିବା ପାଇଁ ଦାବି କରିଥିଲେ। ଏହାପରେ ଯାଇ ଶବକୁ ଜବତ କରାଯାଇ ବୁର୍ଲା ଭିମସାରରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ପୁଲିସ ସୁତ୍ରରୁ ପ୍ରକାଶ ପାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories