www.samajalive.in
Thursday, December 11, 2025
14.1 C
Bhubaneswar

ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, କହିଲେ- ଆମେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିଛୁ

ନୂଆଦିଲ୍ଲୀ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସାଉଦି ଆରବ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆମେ ଆମ ଦେଶ ଭାରତରେ  ଏଲଇଡି ଲାଇଟକୁ ଲୋକପ୍ରିୟ କରାଇଛୁ। ଯାହା ଦ୍ବାରା ଆମେ କାର୍ବନ ଡାଇଅକ୍ସାଇଡ ନିର୍ଗମନ ବର୍ଷକୁ ୩୮ ନିୟୁତ ଟନ୍‌ କୁ ହ୍ରାସ କରିଛୁ। କେବଳ ସେତିକି ନୁହେଁ ଉଜ୍ଵଳା ଯୋଜନା ମାଧ୍ୟମରେ ୮ କୋଟିରୁ ଅଧିକ ଘରକୁ ରନ୍ଧନ ଗ୍ୟାସ୍‌ ଯୋଗାଇ ଧୂଆଁମୁକ୍ତ ରୋଷେଇ ଘର ଯୋଗାଇଛୁ।


ଶନିବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ଆହୁରୀ ମଧ୍ୟ କହିଛନ୍ତି ଯେ ଆମେ ୨୦୨୨ ପୂର୍ବରୁ ୧୭୫ ଗିଗାବାଇଟର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବୁ। ବର୍ତ୍ତମାନ ଆମେ ଏହାକୁ ୨୦୩୦ ସୁଦ୍ଧା ୪୫୦ ଗିଗାବାଇଟକୁ ବୃଦ୍ଧି କରିବାକୁ ଏକ ଲକ୍ଷ୍ୟ ସ୍ଥିର କରିଛୁ। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍।  ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ଦେଶମାନେ ପୃଥକ ଭାବରେ ନୁହେଁ ବରଂ ଏକତ୍ରୀତ, ସମନ୍ୱିତ ଏବଂ ବ୍ୟାପକ ଭାବରେ ମୁକାବିଲା କରାଯିବା ଆବଶ୍ୟକ।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପରିବେଶ ପ୍ରତି ଆମର ପ୍ରତିବଦ୍ଧତା ରହିଛି। ଅଙ୍ଗାରକାମ୍ଳର ସର୍ବନିମ୍ନ ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନର ବିକାଶ ଉପରେ ଭାରତ ଗୁରୁତ୍ୱ ଦେଉଛି, ଯାହା କେବଳ ପ୍ୟାରିସ୍ ଚୁକ୍ତିନାମାର ଲକ୍ଷ୍ୟ ପୂରଣ କରୁନାହିଁ ବରଂ ଏହାଠାରୁ ଆହୁରୀ ଆଗକୁ ବଢି କାର୍ଯ୍ୟ କରୁଛି। ୨୦୩୦ ସୁଦ୍ଧା ଆମେ ୨୬ ମିଲିୟନ ହେକ୍ଟର ଜମି ପୁନ-ଚାଷ ପାଇଁ ଉପଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ଏକ ଚକ୍ରୀୟ ଅର୍ଥବ୍ୟବସ୍ଥାକୁ ଉତ୍ସାହିତ କରୁଛୁ । ଆମେ କୋଟି କୋଟି ଟଙ୍କା ସଂଗ୍ରହ କରିଛୁ, ଯାହା ଦ୍ବାରା ହଜାର ହଜାର ହିତାଧିକାରୀଙ୍କୁ ତାଲିମ ଦେବା ଏବଂ ଅକ୍ଷୟ ଶକ୍ତିରେ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛୁ। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ଆନ୍ତର୍ଜାତୀୟ ସୋଲାର ଆଲାଇନ୍ସ ଅତ୍ୟନ୍ତ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories