www.samajalive.in
Monday, December 8, 2025
13.1 C
Bhubaneswar

ଏଣିକି ‘ସାରଥି’ ପୋର୍ଟାଲ୍‌ରେ ଦାଖଲ ହୋଇପାରିବ କାଗଜପତ୍ର

ଭୁବନେଶ୍ବର: ଲର୍ଣ୍ଣର ଲାଇସେନ୍ସ ପାଇବାର ପ୍ରଣାଳୀକୁ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ସାରଥୀ’ ପୋର୍ଟାଲ୍‌ରେ ନୂତନ କାଗଜାତ ଦାଖଲ ସୁବିଧା ଆରମ୍ଭ କରିଛନ୍ତି। ଆବେଦନକାରୀମାନେ ଏବେ ସଡ଼କ ପରିବହନ କାର୍ଯ୍ୟାଳୟକୁ ନଯାଇ ସେମାନଙ୍କର କାଗଜାତ ‘ସାରଥୀ’ ପୋର୍ଟଲ୍‌ରେ ସହଜରେ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏଣିକି ସଡ଼କ ପରିବହନ କାର୍ଯ୍ୟାଳୟରେ ସମସ୍ତ ଡକ୍ୟୁମେଣ୍ଟ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରିହେବ। ପରିବହନ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ‘ସାରଥୀ’ ପୋର୍ଟାଲ୍‌କୁ ବ୍ରାଉଜିଂ କରି ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ଆଦିରେ ସମସ୍ତ ଡକ୍ୟୁମେଣ୍ଟ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯାଇପାରିବ। ତେଣୁ ସମସ୍ତେ ‘ସାରଥୀ’ ପୋର୍ଟାଲ୍‌ର ସୁବିଧା ଉପଲବ୍ଧ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories