www.samajalive.in
Sunday, December 14, 2025
23.1 C
Bhubaneswar

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ୱାଟର ଫିଲଟର ଅଚଳ, ରୋଗୀଙ୍କୁ ମିଳୁନି ପିଇବା ପାଣି

ଲାଞ୍ଜିଗଡ଼ : ସରକାରୀ ସ୍ୱାସ୍ଥ୍ୟସେବା ଉପରେ ଧିରେଧିରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବାବେଳେ ମୋ ସରକାର ଓ ଫାଇଭ୍-ଟି ଅଧୀନକୁ ସ୍ୱାସ୍ଥ୍ୟ ବିଭାଗ ଆସିବା ପରେ ଏବେ ସ୍ୱାସ୍ଥ୍ୟସେବାରେ କିଛିଟା ସୁଧାର ଆସିଛି। ତେବେ କଳାହାଣ୍ଡି ଜିଲ୍ଲା ଆଜି ବି ଡାକ୍ତର ଅଭାବ ଭଳି ସମସ୍ୟା ସହିତ ଯୁଝୁଥିବାବେଳେ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ମଧ୍ୟ ସମସ୍ୟା ଦେଖାଦେଇଛି। ଏହିପରି ଭାବେ ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଥିବା ଏକ ୱାଟର ଫିଲଟର ଦୀର୍ଘଦିନ ହେଲା ଅଚଳ ହୋଇ ପଡିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର ମରାମତି କରାଯାଇନାହିଁ। ଗତ ୨୦୧୫ରେ ତତ୍କାଳୀନ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ଥାପିତ ଏହି ୱାଟର ଫିଲଟରକୁ ଉଦଘାଟନ କରିଥିଲେ। ଉଦଘାଟିତ ହେବାର କିଛି ଦିନ ପରେ ଏହା ଅଚଳ ହୋଇ ପଡିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାକୁ ମରାମତି କରାଯାଇନାହିଁ। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ପିଇବା ପାଣି ମୁନ୍ଦିଏ ପାଇଁ ହଇରାଣ ହେଉଛନ୍ତି। ଗତବର୍ଷ କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳ ୱାଟର ଫିଲଟରଟିଏକୁ ମରାମତି କରାଯାଇପାରୁନି ତେବେ ରୋଗୀସେବା କେମିତି ହେଉନଥିବା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏଣୁ ଏହାକୁ ତୁରନ୍ତ ମରାମତି ସହିତ ରୋଗୀମାନଙ୍କୁ ପିଇବା ପାଣି ଉପଲବ୍ଧ କରାଇବାକୁ ସାଧାରଣରେ ଦାବି ହେଉଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories