www.samajalive.in
Monday, December 8, 2025
27.1 C
Bhubaneswar

ଅଣ୍ଡା ବଦଳରେ ମଧ୍ୟାହ୍ନ ଭୋଜନରେ କ୍ଷୀର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା

ଭୋପାଳ:  ମଧ୍ୟପ୍ରଦେଶରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ଦିଆଯିବ କ୍ଷୀର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଗୋ-କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏହା ସହ ରାଜ୍ୟରେ ୨୦୦୦ ନୂଆ ଗୋ ଆଶ୍ରମ ଖୋଲାଯିବାକୁ ମଧ୍ୟ ଆଲୋଚନା କରାଯାଇଛି ।

- Advertisement -

ସାଲାରିଆର ଅଗର-ମାଲୱା ଗୋ-ଅଭୟାରଣ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବା ଅବସରରେ ଶ୍ରୀ ସିଂହ ବିଧିବଦ୍ଧ ଭାବରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି ।   ରାଜ୍ୟ ପୁଷ୍ଟିହୀନ ପିଲାମାନଙ୍କୁ ଅଣ୍ଡା ବଦଳରେ ଗାଈ କ୍ଷୀର ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହକହିଛନ୍ତି ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗାଈର ଗୋବର ଉପଯୋଗୀ ଓ ଗୋ ମୂତ୍ରକୁ କୀଟନାଶକ ଭାବରେ ବ୍ୟବହାର କରାଯାଇ ପାରିବ । ଏହି ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ସିଂହ ଦେହରାଇଛନ୍ତି । ,

ସେ କହିଛନ୍ତି ଯେ ଗୋଶାଳାଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଏବଂ ମଧ୍ୟପ୍ରଦେଶ ମଧ୍ୟ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ଆମେ ସ୍ଥିର କରିଛୁ ଯେ ଅଧିକ ପୁଷ୍ଟିହୀନ ପିଲାମାନଙ୍କୁ ଅଣ୍ଡା ବଦଳରେ  ଗାଇ କ୍ଷୀର ଯୋଗାଇବ । ସେହିପରି ସ୍ଥାନୀୟ ଓ ଦେଶୀ ଗାଈଙ୍କ ସଂରକ୍ଷଣ ସହ ଗବେଷଣା ଲାଗି ଗୋ ବିଜ୍ଞାନ କେନ୍ଦ୍ର ସ୍ଥାପନ ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories