www.samajalive.in
Monday, December 8, 2025
20.1 C
Bhubaneswar

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା ; ଛୋଟ କର୍ମଚାରୀଙ୍କୁ ନାଲିଆଖି ଦେଖାଇ ପର୍ଯ୍ୟଟନ ସ୍ଥଳରେ ବଡ଼ ବଡ଼ିଆଙ୍କ ଭ୍ରମଣ

ଫୁଲବାଣୀ : ବର୍ତ୍ତମାନ ପର୍ଯ୍ୟର୍ଟନ ସମୟ। ତଥାପି କରୋନା ସଂକ୍ରମିତ ଭୟଥିବା କାରଣ ଯୋଗୁଁ ଗତ ଦିନରେ ଖୋଦ୍ କନ୍ଧମାଳ ଜିଲାପାଳ ଜିଲାର ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକ ମାନଙ୍କ ବାରଣ ପାଇଁ କଡ଼ା ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଏଥି ସହିତ ଏନେଇ ସମସ୍ତ ଥାନା , ବ୍ଳକ ଓ ତହସିଲ୍କୁ ମଧ୍ୟ ଏ ଦିଗରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ମଧ୍ୟ ବହୁ ପଦକ୍ଷେପ ଗ୍ରହଣ କରାଯାଇ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳକୁ ଯିବାକୁ ବାରଣ ମଧ୍ୟ କରୁଛନ୍ତି। ତେବେ ଏଭଳି ସ୍ଥଳେ କିଏ ଏହି ନିର୍ଦ୍ଦେଶନାମାକୁ ମାନୁଥିବା ବେଳେ କେତେକ ସଂପୂର୍ଣ୍ଣଭାବେ ଅଣଦେଖା କରୁଥିବାର ଅଭିଯୋଗ ହୋଇଛି। ଏଭଳି ସ୍ଥଳେ ଆଜି ଫୁଲବାଣୀ ଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ପୁତୁଡ଼ି ଜଳ ପ୍ରପାତକୁ ଜୋର ଜବରଦସ୍ତ କିଛି ବଡ଼ ବଡ଼ିଆ ପ୍ରବେଶ କରିବା ଘଟଣା ବେଶ୍ ଆଲେଚ୍ୟର ବିଷୟ ହୋଇଛି। ପର୍ଯ୍ୟଟନ କେନ୍ଦ୍ର ପ୍ରବେଶ ଦ୍ୱାରରେ ଥିବା କିଛି ଛୋଟ କର୍ମଚାରୀଙ୍କ ନାଲିଆଖି ଦେଖାଇ ଭୟଭିତ କରି ଆଜି କେତେକ ବଡ଼ ବଡ଼ିଆ ଜୋର ଜବରଦସ୍ତ ଉକ୍ତ ପର୍ଯ୍ୟଟନ କେନ୍ଦ୍ରକୁ ଯାଇଥିବାର ଦେଖାଯାଇଛି। ତେବେ ଏହି ବଡ଼ ବଡ଼ିଆ ମାନେ କିଛି ସରକାରୀ କର୍ମଚାରୀ ବୋଲି ମଧ୍ୟ ଜଣାଯାଇଥିବା ବେଳେ ଛୋଟ କର୍ମଚାରୀଙ୍କ ନାଲିଆଖି ଦେଖାଇ ଭିତରକୁ ଯିବା ସାଧାରଣରେ ଆଲୋଚନା ଜୋର ଧରିଥିବା ବେଳେ ଖୋଲାଖୋଲି ଭାବେ ଜିଲାପାଳଙ୍କୁ ନିର୍ଦ୍ଦେଶକୁ ବେଖାତିର୍ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଜିଲାପାଳଙ୍କ କଡ଼ା ନିର୍ଦ୍ଦେଶ ପ୍ରକାରେ ଫୁଲବାଣୀ ସଦରଥାନା ପକ୍ଷରୁ ପୁତୁଡ଼ି ଜଳ ପ୍ରପାତର ପ୍ରବେଶ ଦ୍ୱାରରେ ବାଉଁଶ ପକାଇ ୨ ଜଣ କର୍ମଚାରୀ ମଧ୍ୟ ସେଠାରେ ଜଗୁଛନ୍ତି। ଜିଲା କିମ୍ବା ଜିଲା ବାହାରୁ ଯେଉଁ ସବୁ ପର୍ଯ୍ୟଟକ ମାନେ ଅଜାଣତରେ ଆସୁଛନ୍ତି ସେମାନଙ୍କ ବୁଝାସୁଝା କରି ଫେରାଉଥିଲେ ମଧ୍ୟ କିଛି ବଡ଼ ବଡ଼ିଆ ନିଜର ପିରବାର ଓ ଅନ୍ୟ ସଂମ୍ପକୀୟଙ୍କୁ ଧରି ଜୋର ଜବରଦସ୍ତ ପଶୁଛନ୍ତି। ଏପରିକି ଏହି ସମୟରେ ପ୍ରବେଶ ଦ୍ୱାରରେ ପ୍ରହରା ଦେଉଥିବା କର୍ମଚାରୀ ମାନେ ବାରଣ କଲେ ତାଙ୍କୁ ନାଲି ଆଖି ଦେଖାଇ ପ୍ରବେଶ କରୁଥିବାର ଅଭିଯୋଗ ହୋଇଛି। ଆଜି ରବିବାର ଥିବା ଯୋଗୁଁ କନ୍ଧମା, ବୌଦ୍ଧ, ସୋନପୁର ଭଳି ବିଭିନ୍ନ  ଅଞ୍ଚଳରୁ ବହୁ ପର୍ଯ୍ୟଟକ ପୁତୁଡ଼ି ପର୍ଯ୍ୟଟନ ସ୍ଥଳକୁ ଯାଇଥିଲେ ମଧ୍ୟ ବାରଣ ଯୋଗୁଁ ଫେରିଥିବାର ଦେଖାଯାଇଛି। କିନ୍ତୁ ଏହି ସମୟରେ ୨ଟି ୪ ଚକିଆ ଯାନାରେ ସରକାରୀ ବୋର୍ଡ଼ ଲାଗିଥିବାର ଗାଡ଼ିରେ ପହଞ୍ଚି ଉକ୍ତ ପର୍ଯ୍ୟଟନ କେନ୍ଦ୍ରକୁ ଯିବାର ଦେଖାଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ପର୍ଯ୍ୟଟକ ମାନେ ଏହାକୁ  ଠିକ୍ ନୁହେଁ ବୋଲି କହିଥିଲେ ମଧ୍ୟ ସରକାରୀ ଗାଡ଼ିରେ ଆସିଥିବା ଉକ୍ତ କର୍ମଚାରୀ ମାନେ କୌଣସି କଥା ଶୁଣିନଥିଲେ। ଫାଟକରେ ଥିବା ଜଣେ ମାତ୍ର କର୍ମଚାରୀଙ୍କ ବାଉଁଶ ଉଠାଇବାକୁ ବାଧ୍ୟ କରିବା ଫଳରେ ଛୋଟ କର୍ମଚାରୀ ଜଣକ ଚାକିରି ଚାଲିଯିବା ଭୟରେ ଗେଡ଼୍ ଉଠାଇଥିଲା ଓ ୨ଟି ଗାଡ଼ିରେ ଆସିଥିବା ବ୍ୟକ୍ତିମାନେ ସେମାନଙ୍କ ପରିବାରକୁ ଧରି ପର୍ଯ୍ୟଟନ ସ୍ଥଳକୁ ଯାଇଥିବାର ଦେଖାଯାଇଛି। ଜିଲାପାଳ ଏ ଦିଗରେ ଦୃଷ୍ଟିଦେବା ସହିତ ସଦରଥାନା ଅଧିକାରୀ ମଧ୍ୟ ଏ ଦିଗରେ କଡ଼ା କାଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଅନ୍ୟ ପର୍ଯ୍ୟଟକ ମାନେ ଦାବି କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories