ଜି.ଉଦୟଗିରି : ଜି.ଉଦୟଗିରି ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଜି.ଉଦୟଗିରି ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ରକ୍ତ ଦାନ ଶିବିରକୁ ମୂଖ୍ୟଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ, ଥାନା ଅଧିକାରୀ ନରେଶ କୁମାର ସାହୁ,ଜି.ଉଦୟଗିରି ଏନ ଏ ସିର ପୂର୍ବତନ ଉପାଧ୍ୟକ୍ଷ ଭାନୁପ୍ରଭା ମିଶ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ୩୨ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମକୁ ସମୀର କୁମାର ପାଢୀ ଆୟୋଜିତ କରିଥିବାବେଳେ ସନ୍ତୋଷ କୁମାର ଆଚାର୍ଯ୍ୟ, ମାନସ ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ।
Popular Categories



