www.samajalive.in
Friday, December 12, 2025
14.1 C
Bhubaneswar

ମୁକୁଳାପଡିଛି କୁଶଙ୍ଗ ପ୍ରାଣୀ ଚିକିତ୍ସା କେନ୍ଦ୍ର, ନିର୍ମାଣ ତିନିବର୍ଷ ପରେ ବି ମିଳୁନି ପଶୁସେବା

ହରଭଙ୍ଗା: ସରକାର ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗୋ-ପାଳନ ଠାରୁ ଆରମ୍ଭ କରି ମାଛଚାଷ, କୁକୁଡା ଚାଷ, ଛେଳି ଚାଷ, ମଇଁଷି ଚାଷ ପାଇଁ ପ୍ରତ୍ସୋହନ ଯୋଗାଇଦେଉଛନ୍ତି। ମାତ୍ର ଅନ୍ୟପଟେ ଏମାନଙ୍କ ଚିକିତ୍ସା ତଥା ସୁରକ୍ଷା ପାଇଁ ଖୋଲାଯାଇଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର, ପ୍ରାଣୀ ସହାୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ କର୍ମଚାରୀ ସାଙ୍ଗକୁ ପଶୁ ଡାକ୍ତର, ପଶୁଧନ ନୀରିକ୍ଷକ ଭଳି ପଦବୀ ସବୁ ଦୀର୍ଘବର୍ଷ ହେଲା ଖାଲିପଡିଥିବାରୁ ହରଭଙ୍ଗା ବ୍ଲକର କୁଶଙ୍ଗ ଭଳି ବହୁସ୍ଥାନରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ସବୁ ମୁକୁଳା ପଡିଥିବା ଦେଖିବାକୁ ମିଳିଛି। ଯାହାଫଳରେ ଏହି ଅଞ୍ଚଳର ଲୋକେ ପ୍ରାଣୀ ସମ୍ପଦ ଚାଷ ଉପରୁ ମୁହଁଫେରାଇବାକୁ ବାଧ୍ୟ ହେଉଛନ୍ତି।

ପ୍ରକାଶ ଯେ ବ୍ଲକର ଆଦିବାସୀ ଅଧ୍ୟୁଷିତ କୁଶଙ୍ଗ, ମହାଲ୍ଲିକପଡା ଦୁଇ ପଞ୍ଚାୟତର ଲୋକଙ୍କ ଗାଈ, ଗୋରୁ, ଛେଳି, ମେଣ୍ଢା, ପୋଢ, ମଇଁଷି ଚିକିତ୍ସା ଏବଂ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ଅଭୟାରଣ୍ୟ କାର୍ଯ୍ୟାଳୟ ନିକଟରେ ଗତ ୨୦୧୭ରୁ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ ସରିଛି। ନିର୍ମାଣ ତିନିବର୍ଷ ପରେ ବି ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇନପାରିବାରୁ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ପ୍ରାଣୀଧନଙ୍କୁ ଚିକିତ୍ସା ସେବା ଯୋଗାଇବାରୁ ବଞ୍ଚିତ ହେଉଛନ୍ତି। ଫଳରେ ଲୋକେ ବାଧ୍ୟ ହୋଇ ଜଣେ ଗୋ-ମିତ୍ର ଉପରେ ନିର୍ଭର କରୁଛନ୍ତି। ଗାଈ, ଗୋରୁ, ପୋଢ, ମଇଁଷି, ଛେଳି, ମେଣ୍ଢା ଭଳି ଗୃହ ପାଳିତ ପଶୁ ସବୁ ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି ଏବଂ ଲୋକେ ପଶୁ ପାଳନରୁ ମଧ୍ୟ ମୁହଁ ଫେରାଉଛନ୍ତି।
ଅନ୍ୟପକ୍ଷରେ ନିର୍ମାଣ ହୋଇଥିବା ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ଦୀର୍ଘବର୍ଷହେଲା ମୁକୁଳା ଯୋଗୁଁ ଏହା ବର୍ତ୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

- Advertisement -

ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃ ପକ୍ଷ ଦୃଷ୍ଟିଦେବା ସହ ପ୍ରାଣୀ ଚିକିତ୍ସା କେନ୍ଦ୍ର ଚାଲୁ କରିବାକୁ ଦୁଇ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି।ଏ ସଂର୍ପକରେ ବୌଦ୍ଧ ସି.ଡିଭିଓ ଡାକ୍ତର ଅମିତାଭ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ କୁଶଙ୍ଗ ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଇଁ ସାନ୍ସକସନ ପୋଷ୍ଟ ନଥିବାରୁ କେନ୍ଦ୍ର ଆରମ୍ଭ ହେବାରେ ବିଳମ୍ବ ହେଉଛି ବୋଲି କହିଥିଲେ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories