www.samajalive.in
Friday, December 12, 2025
16.1 C
Bhubaneswar

୧୦ପଞ୍ଚାୟତର ୩ହଜାର ୨୦୦ହେକ୍ଟର ବିରି ଫସଲରେ ପୋଲଗଣା ପୋକ, ଚିନ୍ତାରେ ଚାଷୀ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନସ୍ଥ ବିଲିପଡା, ଶିମିଳିପୁର, ହରିରାଜପୁର, ତାଳବସ୍ତ, ଦୁଲଣାପୁର, ଗୋବିନ୍ଦପୁର, ଗୋପାଳପୁର, ଢଁସର, ତୂଳସୀପୁର ଓ ଦୁର୍ଗାପୁର ପଞ୍ଚାୟତର ବିରି ଫସଲରେ ସମ୍ପୂର୍ଣ୍ଣ ପୋଲଗଣା ପୋକ ଚରିଯାଇଛନ୍ତି। ଚଳିତ ବର୍ଷ ମହାନଦୀରେ ବନ୍ୟା ଆସିଲାପରେ ବାଙ୍କୀ ଅଞ୍ଚଳର ବ୍ୟାପକ ଧାନ କ୍ଷେତ ସମ୍ପୂର୍ଣ୍ଣ ବୁଡି ସଢି ଯାଇଛି। ଧାର କରଜ କରି ଧାନ ଚାଷ କରିଥିବା ଚାଷୀମାନେ ଭାଙ୍ଗି ପଡିଥିଲାବେଳେ ଉଜୁଡା ଧାନ କ୍ଷେତରେ ପାଣି ଛାଡିଲାପରେ ଚାଷୀମାନେ ବିରି ବୁଣିଥିଲେ। ବେଡି ଉପରେ କୋରଡା ପରି ଚାଷୀ ମୁଣ୍ଡରେ ଚଡ଼କ ପଡିଲା। ବର୍ଷା ଓ ଲଘୁଚାପ ବର୍ଷା ପ୍ରଭାବରେ ତିନି ତିନିଥର ବିରି ବିହନ କିଣି ପକାଇଥିବା ଚାଷୀମାନେ କ୍ଷତି ସହିଲେ। ଶେଷ ଥରପାଇଁ ବଞ୍ଚିଯାଇଥିବା ବିରି ବିଲ ଏବେ ମାଟିରୁ ମୁଣ୍ଡ ଟେକିଲା ବେଳକୁ ପୋଲଗଣା ପୋକ ଶତୃ ହେଲେ। ଏପରିକି ପୋକମାନେ ରାସ୍ତା ହୁଡା ବାଡରେ ବୁଲୁଥିବା ସ୍ଥାନୀୟ ଚାଷୀମାନେ କହିଛନ୍ତି। କୃଷି କର୍ମଚାରୀଙ୍କ ପରାମର୍ଶରେ ଆର.ଏମ.ସିରୁ କୀଟନାଶକ ଔଷଧ କିଣି ସିଞ୍ଚନ କରୁଥିଲେ ମଧ୍ୟ ଫଳ ଶୂନ୍ୟ ହୋଇଛି। କୃଷି ବିଭାଗର ସୂଚନା କ୍ରମରେ ଡମପଡା ବ୍ଲକରେ ମୋଟ ଖରିପ୍‍ ଧାନ ଜମୀ ୭ହଜାର ୩୦୦ହେକ୍ଟର ଥିଲା ବେଳେ ବନ୍ୟା ପ୍ରଭାବ ପରେ ସେଥି ମଧ୍ୟରୁ ପ୍ରାୟ ୩ହଜାର ୨୦୦ହେକ୍ଟର ଜମୀରେ ବନ୍ୟା ପରବର୍ତ୍ତୀ ବିରି ଚାଷ କରାଯାଇଥିଲା। ଚାଷୀମାନେ ଆଶା ରଖିଥିଲେ ଧାନ କ୍ଷତିକୁ ବିରି ଫସଲରେ ଭରଣା କରିଦେବେ। ମାତ୍ର ଜମୀର ଅବସ୍ଥା ଦେଖିଲେ ପୋଲଗଣା ପୋକ କ୍ଷେତକୁ ସମ୍ପୂର୍ଣ୍ଣ ଚରି ନଷ୍ଟ କରିଦେଇଛନ୍ତି। ପୋଲଗଣା ପୋକ ନିୟନ୍ତ୍ରଣ ପାଇଁ ସହକାରୀ କୃଷି ଅଧିକାରୀ ଗଣେଶ୍ୱର ରଥଙ୍କୁ ପଚାରିବାରୁ ଚାଷୀମାନେ ପରାମର୍ଶ କ୍ରମରେ ଔଷଧ ସିଞ୍ଚନ ମାତ୍ରାରେ ବ୍ୟତିକ୍ରମ କରୁଛନ୍ତି। ଯଦ୍ୱାରା ପୋକ ନିୟନ୍ତ୍ରଣ ସମ୍ଭବ ହେଉନାହିଁ। ଏବେ କୃଷି କର୍ମଚାରୀମାନେ ଗ୍ରାମକୁ ଯାଇ କୃଷକଙ୍କୁ ସଚେତନ କରାଇ ସକାଳେ ଏବଂ ସନ୍ଧ୍ୟା ବେଳା ଔଷଧ ସିଞ୍ଚନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରାୟ ଡମପଡା ବ୍ଲକର ୧୦ଗୋଟି ପଞ୍ଚାୟତରେ ବ୍ୟାପକ ବିରି ଜମିରେ ପୋଲଗଣା ପୋକ ଆକ୍ରାନ୍ତ ଥିବା କୃଷି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ସୂଚନା କ୍ରମରେ, ବିଲିପଡା, ଶିମିଳିପୁର, ହରିରାଜପୁର, ତାଳବସ୍ତ, ଦୁଲଣାପୁର, ଗୋପାଳପୁର, ଢଁସର ପଞ୍ଚାୟତ ସମେତ ବାଙ୍କୀ ଏନ.ଏ.ସିର ସାହାଡାପଦା, ମନ୍ତ୍ରୀସାହି, ଚକାପଦା, ଶିଶୁଆ ଓ ଖମାରଙ୍ଗ ଗ୍ରାମର ଜମିରେ ସମ୍ପୂର୍ଣ୍ଣ ବିରି ଫସଲ ନଷ୍ଟ ହୋଇଛି। ଦୁଇ ଦୁଇ ଫସଲରେ କ୍ଷତି ସହୁଥିବା ଚାଷୀଙ୍କୁ କ୍ଷତି ପୂରଣ ସହାୟତା ପ୍ରଦାନ ପାଇଁ ଅଞ୍ଚଳର ଚାଷୀମାନେ ଅନୁରୋଧ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories