‘ବ୍ରହ୍ମା ବ୍ୟବସ୍ଥାପିକା, ବିଷ୍ଣୁ କାର୍ଯ୍ୟପାଳିକା ଏବଂ ଶିବ ନ୍ୟାୟପାଳିକା’

0

ନୂଆଦିଲ୍ଲୀ : କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଆଗରେ ନାୟାର ସେବା ସମାଜ ପକ୍ଷରୁ ବରିଷ୍ଠ ଓକିଲ ପରାସରଣ ହିନ୍ଦୁ ଧର୍ମର ବାଖ୍ୟା କରିଥିଲେ। ସେ କହିଥିଲେ ଯେ ହିନ୍ଦୁ ଧର୍ମରେ ବ୍ରହ୍ମା ବ୍ୟବସ୍ଥାପିକା, ବିଷ୍ଣୁ କାର୍ଯ୍ୟପାଳିକା, ଶିବ ନ୍ୟାୟପାଳିକା ଏବଂ ଅର୍ଦ୍ଧନାରୀଶ୍ୱର ଅଟନ୍ତି। ଶିବଙ୍କ ଅର୍ଦ୍ଧନାରୀଶ୍ୱର ସ୍ୱରୁପ ସମ୍ବିଧାନର ଧାରା ୧୪ ଭଳି ସମସ୍ତଙ୍କୁ ସମାନତାର ଅଧିକାରକୁ ବ୍ୟକ୍ତ କରିଥାଏ। କେରଳରେ ୯୦%ରୁ ଅଧିକ ଲୋକ ଶିକ୍ଷିତ ଅଟନ୍ତି। ମହିଳା ମଧ୍ୟ ଲେଖା ପଢା ଜାଣନ୍ତି ଏବଂ କେରଳ ସମାଜ ମାତୃ ପ୍ରଧାନ ଅଟେ। ହିନ୍ଦୁ ଧର୍ମ ନିୟମ, ପରମ୍ପରା ଏବଂ ନୀତିରେ ଭେଦଭାବ ବା ପାତରଅନ୍ତର କରେନାହିଁ। ସାବରିମାଳା ମନ୍ଦିରରେ କେବଳ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ବୃଦ୍ଧାଙ୍କୁ ପ୍ରବେଶର ଅନୁମତି ଦିଆଯିବା ଉଚିତ୍‍। କାରଣ ଭଗବନା ଆୟପ୍ପା ସ୍ୱାମୀ ମାନ୍ୟତା ବ୍ରହ୍ମଚାରୀ ରୂପରେ ରହିଛି। ପରମ୍ପରାକୁ ଜୀବିତ ରଖିବା ପାଇଁ ଏହା ବିଚାରକୁ ନିଆଯିବା ଆବଶ୍ୟକ।
ଉଲ୍ଲେଖ ଯେ ମଙ୍ଗଳବାର ଶୁଣାଣି ସମୟରେ ମନ୍ଦିର ପରିଚାଳକ ଦେଭାସମ ପକ୍ଷରୁ କୁହାଯାଇଥିଲା ଯେ କୌଣସି ଧାର୍ମିକସ୍ଥଳର ସଂଚାଳନ ପରମ୍ପରା ଏବଂ ଅସ୍ଥା ଅନୁସାରେ ହୋଇଥାଏ। ତେଣୁ କୌଣସି ବିଶେଷ ସମ୍ପ୍ରଦାୟର ହିନ୍ଦୁ ପରମ୍ପରାକୁ ନଷ୍ଟ କରାଯାଇ ହେବନାହିଁ। ଦେଶରେ ଅନକ ମନ୍ଦିର ଅଛି ଯେଉଁଠି ପୁରୁଷଙ୍କୁ ପ୍ରବେଶ କରିବାର ଅନୁମତି ନାହିଁ। ଏପରିକି ମୁସଲମାନ ସମ୍ପ୍ରଦାୟରେ ମସଜିଦ୍‍ ମଧ୍ୟକୁ ମହିଳାଙ୍କୁ ପ୍ରବେଶର ଅନୁମତି ନାହିଁ। ଏକ ପରମ୍ପରା ଏବଂ ଆସ୍ଥାକୁ ପ୍ରାଚୀନ ସ୍ଥିତିଚିହ୍ନ ବୋଲି କୋର୍ଟରେ ପରୀକ୍ଷା କରାରଯାଇ ହେବନାହିଁ।
ସୂଚନାଯୋଗ୍ୟ ଯେ କେରଳର ସାବରିମାଳା ମନ୍ଦିରରେ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। କିଛି ସାମାଜିକ କର୍ମୀ, ସଂଗଠନ ଓ ମହିଳା ଏହି କଟକଣାର ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply