www.samajalive.in
Thursday, December 11, 2025
16.1 C
Bhubaneswar

ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ଭୁବନେଶ୍ବର : ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଜାତୀୟ ମାନବାଧିକାର ଆୟୋଗଙ୍କୁ ଭେଟି ଘଟଣାର ହାଜତ ମୃତ୍ୟୁ ମାମଲାର ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ସମ୍ବିତ ଅପିଲ କରିଛନ୍ତି।


ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ଦ୍ବାରସ୍ତ ହେବାପରେ ପ୍ରତିକ୍ରିୟା ରଖି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର  ତଥା ପୁରୀରେ ବିଜେପିର ସାଂସଦ ପ୍ରାର୍ଥୀ ଥିବା ସମ୍ବିତ କହିଛନ୍ତି ଯେ, ହାଜତ ମୃତ୍ୟୁ ପରେ ପୁଲିସ ଅମାନବୀୟ ଭାବେ ସଂସ୍କାର କରିଦେଇଛି, ଏହାଦ୍ଵାରା ମୃତକଙ୍କ ବାପା ମାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ତାଙ୍କ ବାପା ମାଙ୍କୁ ଉଠାଇ ନେଇ ପୁଲିସ କେଉଁଠି ରଖିଛି ଜଣାନାହିଁ। ଏହି ଘଟଣାରେ ସମ୍ପୃକ୍ତ ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଅପିଲ କରିଛୁ। ଏଥି ସହିତ ଏହି ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ ଗମ୍ଭୀରତାର ସହ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କମିଶନ ଭରସା ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର ନୋଟିସ କରିବେ ବୋଲି ସମ୍ବିତ ପାତ୍ର କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories