www.samajalive.in
Thursday, December 11, 2025
16.1 C
Bhubaneswar

ମନ୍ଦିର ଜମିକୁ ନେଇ ଗୋଷ୍ଠୀ ବିବାଦ ଘଟଣା; ଦ୍ବିତୀୟ ଗୋଷ୍ଠୀର ପାଲଟା ଅଭିଯୋଗ, ୨ମାମଲା ରୁଜୁ

ବୁର୍ଲା: ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମର ଜଗନ୍ନାଥ ମନ୍ଦିର ଜମିକୁ ନେଇ ମଙ୍ଗଳବାର ଘଟିଥିବା ମହାଭାରତ ଆଜି ଭିନ୍ନ ମୋଡ଼ ନେଇଛି। ଏହି ବିବାଦର ଗୋଟିଏ ପକ୍ଷ ଉପରେ ପ୍ରତିପକ୍ଷ ଗୋଷ୍ଠୀର ମରଣାନ୍ତକ ଆକ୍ରମଣ ଅଭିଯୋଗ ଉପରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ଅନ୍ୟ ଗୋଷ୍ଠୀ ପକ୍ଷରୁ ଆଗତ ପାଲଟା ଅଭିଯୋଗ ଉପରେ ଆଉ ଏକ ମାମଲା ରୁଜୁ ହୋଇଥିବା ଋଷୁଡ଼ା ଫାଣ୍ଡି ଅଧିକାରୀ ଗଣେଷ କଲେତ ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ମନ୍ଦିର ଜମିକୁ ନେଇ ଅରୁଣ ପାତ୍ର, ମନ୍ଦିର ପୂଜକ ପରୀକ୍ଷିତ ପୁରୋହିତ ଓ ମନ୍ଦିର ପରିଚାଳନା ସଦସ୍ୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଏହାକୁ ନେଇ ୧୭ତାରିଖ ଦିନ ପାତ୍ର ପରିବାରର ଘର ଉପରେ ଚଢ଼ଉକରି ସଦସ୍ୟଙ୍କ ଉପରେ ମରଣାନ୍ତକ ଅକ୍ରମଣ ସହ ମୂଲ୍ୟବାନ ଆସବାବପତ୍ର ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ବିପକ୍ଷ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନାରାୟଣ ବାଦୀ ପାତ୍ର ପରିବାର ଏବଂ ପୂଜକଙ୍କ ପରିବାର ଉପରେ ପାଲଟା ଅଭିଯୋଗ କରିଛନ୍ତି। ପାତ୍ର ପରିବାର ସଦସ୍ୟଙ୍କ ଅକ୍ରମଣରେ ସେମାନଙ୍କ ପକ୍ଷରୁ ମଧ୍ୟ କିଛି ବ୍ୟକ୍ତି ଆହତ ହୋଇଥିବା ଏତଲାରେ ଦର୍ଶାଯାଇଛି। ଏହି ମର୍ମରେ ବରଗଡ଼ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି। ସେଥିରେ ଉଲ୍ଲେଖ ଅଛି ଯେ ଗତ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା’ରେ ପାତ୍ର ଓ ପୁରୋହିତ ପରିବାର ମନ୍ଦିର ଜମିରେ ହୋଇଥିବା ଧାନଫସଲ କାଟୁଥିବା ଖବର ପାଇ ସେମାନେ ତାଙ୍କୁ ବାରଣ କରିଥିଲେ, ମାତ୍ର ସେଥିରୁ ବିରତ ହେବା ପରିବର୍ତ୍ତେ ପାତ୍ର ପରିବାରର କିଛି ଭଡ଼ାଟିଆ ଗୁଣ୍ଡା ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ।

- Advertisement -

ପାତ୍ର ପରିବାରର କହିବା ଅନୁସାରେ ତାଙ୍କ ସହ ପୁରୋହିତ ପରିବାର କୁଆଡ଼େ ପୁରୁଷାନୁକ୍ରମେ ଉକ୍ତ ଜମିରେ ଚାଷ କରି ଆସୁଥିଲେ ଏବଂ ମନ୍ଦିରରେ ପୂଜାଅର୍ଚ୍ଚନା ସହ ଜାନିଯାତ୍ରାର ଆୟୋଜନ କରୁଥିଲେ। ତେବେ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା ଏବଂ ଏହା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଏହାର ରାୟ କୁଆଡ଼େ ପାତ୍ର ପରିବାର ସପକ୍ଷରେ ଯାଇଥିଲା।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories