ନୂଆଗାଁ ଡ୍ରେନେଜରେ ୫୦ ଫୁଟର ଘାଇ

0

ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀ ବ୍ଲକ ରାୟଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ହରିପୁର -ପାଳପୋଛି ଠାକୁରାଣୀ ମନ୍ଦିର ପାଖ ନୂଆଗାଁ ଡ୍ରେନେଜରେ ୫୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ସୃଷ୍ଟି ହେବା ଫଳରେ ଡାଙ୍ଗୁରା, ହରିପୁର, ମହୁରା, ଦଳେଇ ସାହି, ଖରିଦା ସାହି ଆଦି ଗ୍ରାମର ଶହ ଶହ ହେକ୍ଟର ଜମି ଉପରେ ପାଣି ମାଡି ଚାଲିଛି । ଧାନବିଲ ସହିତ ପନିପରିବା ଫସଲ ଚାଷ ହୋଇଥିବା ଜମି ଗୁଡ଼ିକ ଜଳମଗ୍ନ ହୋଇଯାଇଛି । ଡାଙ୍ଗୁରା ଗ୍ରାମର ସୁରେନ୍ଦ୍ର ବରାଳ, ଅକ୍ଷୟ ବରାଳ, ପବିତ୍ର ମହାପାତ୍ର, ଗଙ୍ଗାଧର ବରାଳ, ସୁରେଶ ଚନ୍ଦ୍ର ବରାଳ, ଲକ୍ଷ୍ମିଧର ନାୟକ ପ୍ରମୁଖ ଦୁଇଶହ ଗ୍ରାମବାସୀ ଘାଇ ବନ୍ଧେଇବା କାମରେ ଲାଗିଛନ୍ତି । ସୂଚନାଯୋଗ୍ୟ – ଖଲାସୀ ନାଳଟି ନୂଆଗାଁ ଠାରେ ଗବକୁଣ୍ଡ କଟ୍ ରେ ପଡିଛି । ତେବେ ଭାର୍ଗବୀ ନଦୀରେ ବନ୍ୟା ଆସିଥିବା ଦୃଷ୍ଟିରୁ ଖଲାସୀ ଗେଟ୍ ବନ୍ଦ କରାଯାଇଛି । ଏଥିଯୋଗୁ ଜଳ ନିଷ୍କାସନ ହୋଇ ନ ପାରିବାରୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଡ୍ରେନେଜ ବିଭାଗ ନୀରବ ରହିଛି। ଦୁଇଦିନ ତଳେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ, ସରପଞ୍ଚ ନିରଞ୍ଜନ ମାହାରୀ, ଆର ଆଇ ପ୍ରମୁଖ ଡ୍ରେନେଜ ବନ୍ଧର ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ଏଥିନେଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Leave A Reply