କୋର୍ଟରେ ତାମିଲନାଡୁ ସରକାରଙ୍କ ଜବାବ: ଜୟଲଳିତା ଗର୍ଭବତୀ ନଥିଲେ, ଝିଅ କେଉଁଠୁ ଆସିବ

0

ଚେନ୍ନଇ : ଏକ ମାମଲାରେ ତାମିଲନାଡୁ ସରକାର ମାଦ୍ରାସ ହାଇକୋର୍ଟରେ ଦାବି କରିଛନ୍ତି ଯେ ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିା ଗର୍ଭବତୀ ହୋଇ ନ ଥିଲେ। ରାଜ୍ୟ ସକରାର ଏହି ଦାବିକୁ ମଜଭୁତ କରିବା ପାଇଁ କୋର୍ଟରେ ୧୯୮୦ରେ ରେକର୍ଡ ହୋଇଥିବା ଫିଲ୍ମଫେୟାର ଆୱାର୍ଡର ଏକ ଭିଡ଼ିଓ ଉପସ୍ଥାପନ କରିଥିଲେ। ଉଲ୍ଲେଖ ଯେ ୨୦୧୬ରେ ଦୀର୍ଘ ଦିନର ଅସୁସ୍ଥତା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଅମୃତା ନାମକ ଜଣେ ମହିଳା ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଦର୍ଶାଇଥିଲେ ଓ ଏନେଇ ଦାବି ଉପସ୍ଥାପନ କରିଥିଲେ। ପରେ ଏହି ମାମଲା ମାଦ୍ରାସ ହାଇକୋର୍ଟରେ ପହଞ୍ଚିଥିଲା। ଅନୁମତି ଦାବି କରିଥିଲେ ଯେ ତାଙ୍କ ଜନ୍ମ ୧୯୮୦ ଅଗଷ୍ଟ ୧୪ରେ ହୋଇଥିଲା। ଏ କ୍ରମରେ ରାଜ୍ୟ ସରକାର କୋର୍ଟରେ ନିଜ ପକ୍ଷ ରଖି କହିଥିଲେ ଯେ ୧୯୮୦ରେ ଜୟଲଳିତା ଗର୍ଭବତୀ ହୋଇନଥିଲେ। ଏଥିନିମନ୍ତେ ତାମିଲନାଡୁ ସରକାର କୋର୍ଟରେ ୧୯୮୦ ମସିହା ଫିଲ୍ମଫେୟାର ଭିଡ଼ିଓ ଉପସ୍ଥାପନ କରିଥିଲେ। ଏହି ଭିଡ଼ିଓରେ ଜୟଲଳିତା ଗର୍ଭବତୀ ଥିବା ପରି ଲାଗୁନାହାନ୍ତି। ତେଣୁ ତାଙ୍କର କିପରି ୧୯୮୦ରେ ଝିଅ ଜନ୍ମ ହେଲା ବୋଲି ତାମିଲନାଡୁ ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ମାମଲାର ଆସନ୍ତା ଶୁଣାଣି ଜୁଲାଇ ୩୧ରେ ହେବାକୁ ଧାର୍ଯ୍ୟ କରାଯାଇଛି।

Leave A Reply