www.samajalive.in
Sunday, December 14, 2025
19.1 C
Bhubaneswar

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଏହା ସଂପୂର୍ଣ୍ଣ ନା ଆଂଶିକ !

ଜ୍ୟୋତିଷ ଶାସ୍ତ୍ର ଏବଂ ବିଜ୍ଞାନ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏକ ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ହୋଇଥିବାବେଳେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ଚନ୍ଦ୍ରଗ୍ରହଣ ହୁଏ ଏହା ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଚଳିତମାସ ୩୦ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଏକ ଉପଚ୍ଛାୟା ଗ୍ରହଣ ରୂପରେ ଦେଖାଯିବ । ଜ୍ୟୋତିର୍ବିଦ ଅନୁଯାୟୀ, ଏହି ଉପଚ୍ଛାୟା ଚନ୍ଦ୍ରଗ୍ରହଣ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। ଫଳରେ ଏହାର ପ୍ରଭାବ ବୃଷ ରାଶିର ଲୋକଙ୍କ ଉପରେ ଦେଖାଯିବ |

ଉପଚ୍ଛାୟା ଚନ୍ଦ୍ରଗ୍ରହଣ କ’ଣ?

- Advertisement -

ସଂପୂର୍ଣ୍ଣ ଏବଂ ଆଂଶିକ ଚନ୍ଦ୍ରଗ୍ରହଣ ବ୍ୟତୀତ ଏକ ଉପଚ୍ଛାୟା ଚନ୍ଦ୍ରଗ୍ରହଣ ରହିଛି । ଯେତେବେଳେ ଚନ୍ଦ୍ର ଉପରେ ପୃଥିବୀର ଛାୟା ନ ପଡି କେବଳ ଏହାର ଉପଚ୍ଛାୟା ପଡିଥାଏ । ଏହ ଦ୍ବାରା ଚନ୍ଦ୍ର ଉପରେ ଏକ ଧୂଆଁଳିୟା ଛାୟା ଦେଖାଯାଏ । ଏହି ଘଟଣା ଦ୍ବାରା ଚନ୍ଦ୍ର ପୃଥିବୀ ଉପଛାୟାରେ ପ୍ରବେଶ କରି କ୍ଷୁର୍ଣ୍ଣ ଦେଖାଯାଏ। ଯେତେବେଳେ ବି ଚନ୍ଦ୍ରଗ୍ରହଣ ଆରମ୍ଭ ହୁଏ, ଗ୍ରହଣ ପୂର୍ବରୁ ଚନ୍ଦ୍ର ପୃଥିବୀର ଛାୟାରେ ପ୍ରବେଶ କରେ, ଯାହା ଦ୍ବାରା ଏହାର ପ୍ରତିଛବି ସାମାନ୍ୟ କମିଯାଏ ବା ଚନ୍ଦ୍ରର ପ୍ରଭାବ କମିଯାଏ। ଏହାକୁ ଉପଚ୍ଛାୟା କୁହାଯାଏ ।

ବର୍ଷର ଶେଷ ଏହି ଚନ୍ଦ୍ରଗ୍ରହଣ ବିଶେଷ କିଛି ପ୍ରଭାବ ପକାଇବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ ସମୟରେ ଲୋକଙ୍କ ମନ ପ୍ରଭାବିତ ହୋଇଥାଏ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ହେବ । ତେଣୁ ଏହି ରାଶି ଉପରେ କିଛି ମାତ୍ରାରେ ପ୍ରଭାବ ପଡ଼ିପାରେ। ଏପରି ପରିସ୍ଥିତିରେ ବୃଷ ରାଶିର ଲୋକେ ସାବଧାନ ରହିବା ଆବଶ୍ୟକ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories