www.samajalive.in
Monday, December 8, 2025
27.1 C
Bhubaneswar

ପୁରୀ ହାଜତ ମୃତ୍ୟୁ: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ପ୍ରଦାନ ଦାବି କଲା ବିଜେପି

ଭୁବନେଶ୍ୱର: ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ସରକାର ଓ ପୁଲିସ ପ୍ରଶାସନ ଉପରେ ବର୍ଷିଛି ବିଜେପି । ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୃତ ଯୁବକର ପରିବାରକୁ ଭେଟିବା ସହ ସରକାର ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଦଳ ପକ୍ଷରୁ କୁହାଯାଇଛି ଯେ  ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି। ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଆଜି ହତ୍ୟାକାରୀ ପାଲଟିଛି। ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ ପିଟି ପଟି ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ଗତ ରାତିରେ ସଂପୃକ୍ତ ଯୁବକଙ୍କୁ ଘରୁ ପୋଲିସ ଉଠାଇ ଆଣିବା ପରେ ଆଜି ତାଙ୍କର ମୃତ୍ୟୁ ହେବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ନକରିବା ଏବଂ ଶବଦାହ କରିବା ବେଳେ ଦସ୍ତଖତ ବଦଳରେ ଟିପ ଚିହ୍ନ ଲଗାଇ ଘଟଣାକୁ ଚପାଇ ଦେବାର ଅପଚେଷ୍ଟା କରାଯାଇଛି ବୋଲି ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି।

- Advertisement -

ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଜେପି ବିଧାୟକ ପ୍ରତିନିଧି ଦଳ ପୁରୀ ଗସ୍ତ କରି ପୀଡିତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାର ସରଜମିନ ତଦନ୍ତ କରିଛି। ଏହି ଘଟଣାରେ ପୋଲିସ ଦାୟୀ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି। ବିରୋଧୀ ଦଳ ନେତା ଶ୍ରୀ ନାଏକ ଆଜିର ଦିବସକୁ କଳା ଦିବସ ବୋଲି କହିବା ସହ ରାଜ୍ୟସରକାର ପୀଡିତ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ପୋଲିସଙ୍କ ବିରୁଦ୍ଧରେ ୩୦୨ ଦଫା ଲଗାଇ ଗିରଫ କରାଯାଉ। ପୋଲିସର ଏପରି ଦାୟୀତ୍ୱହୀନତା ଏବଂ ଅମାନବୀୟ କାର୍ଯ୍ୟପାଇଁ ପୁରୀ ଏସପିଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି।  ଏହି ପ୍ରତିନିଧି ଦଳରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ମୁଖ୍ୟ ସଚେତକ ମୋହନ ମାଝୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରୀ ବିଧାୟକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉଦଳା ବିଧାୟକ ଭାସ୍କର ମଢେଇ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ସମେତ ବିଜେପି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories