www.samajalive.in
Sunday, December 14, 2025
16.1 C
Bhubaneswar

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଦାବି ପତ୍ର

ବୋଲଗଡ : ଓଡିଶା ରାଜ୍ୟ ଏକ ଅନୁନ୍ନତ ଓ ପଛୁଆ ଅଞ୍ଚଳଭାବେ ପରିଚିତ। କେନ୍ଦ୍ରସରକାର ଅନ୍ୟରାଜ୍ୟକୁ ସ୍ୱତନ୍ତ୍ରପାହ୍ୟାର ମାନ୍ୟତା ଦେଇ ସେଇ ରାଜ୍ୟ ଗୁଡିକର ଅର୍ଥନୈତିକ ବିକାଶ ସହିତ ସ୍ବାକ୍ଷରତାରେ ହାରରେ ବିକାଶ ଘଟାଇଛନ୍ତି। ସ୍ୱତନ୍ତ୍ରମାନ୍ୟତା ପାଇବା ଦ୍ୱାରା ଓଡିଶା ଜନସାଧାରଣଙ୍କର ଆର୍ଥିକ ମାନଦଣ୍ଡ ସୁଧୁରିବା ସହିତ ଓଡିଶା ରାଜ୍ୟ ଏକ ନୂତନ ଦିଗରେ ଅଗ୍ରସର ହେବାକୁ ଆଶାବାନ୍ଧି ବସିଛନ୍ତି ରାଜ୍ୟବାସୀ । ଗ୍ରାମ ଠାରୁ ସହର ସାରା ଓଡିଶା ପରିଭ୍ରମଣ କରି ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ସହିତ ନିଜର ଦାବି ପତ୍ରକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ପ୍ରେରଣ କରିଛନ୍ତି। ସମଗ୍ର ଓଡିଶାବାସୀଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଜୁଲାଇ ୧୦ ତାରିଖ ୨୦୨୦ମସିହାରୁ ଚାଲି ଚାଲି ଯାତ୍ରା ଆରମ୍ଭ କରି ଦୀର୍ଘ ୯ହଜାର କି.ମି ପରେ ଗୁରୁବାର ବୋଲଗଡ ବ୍ଲକ ଅଞ୍ଚଳରେ ପହଞ୍ଚିଛନ୍ତି। ଏହି ପରୀପ୍ରେକ୍ଷୀରେ ଶ୍ରୀ ଦାସଙ୍କୁ ବୋଲଗଡ ଗୋପବନ୍ଧୁ ଛକ ଠାରେ ବୋଲଗଡ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିବା ସହିତ ଶ୍ରୀ ଦାସଙ୍କ ସହିତ ସମାଜସେବୀ ରୁଦ୍ରବାହିନିପତି , ଶିକ୍ଷାବିତ୍ ଗୋପୀନାଥ ଖାଡଙ୍ଗା, ସାମାଜିକ କର୍ମି ମୁନା ପଣ୍ଡା, ସୁରେଶ କୁମାର ସାହୁ , ସତ୍ୟପ୍ରିୟ ପରିଡା,ଗୈାରଙ୍ଗ ଚମ୍ପତ୍ତି, ଅମୁଲି ସାମନ୍ତରାୟ, ତପନ କୁମାର ପଟ୍ଟନାୟକ, ସୈାମ୍ୟରଞ୍ଜନ ବଳିୟାରସିଂହ, ରଶ୍ମିରଞ୍ଜନ ଜେନା,ଚନ୍ଦ୍ରଭାନୁ ମହାରଥା ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ  ବିଡିଓ ଧୋବେଇ ନାୟକଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଯାତ୍ରାରେ ସେ ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ବଲାଙ୍ଗୀର, ସୋନାପୁର, ବୈାଦ୍ଧ, କନ୍ଧମାଳ, ଗଞ୍ଜାମ ପ୍ରମୁଖ ଜିଲ୍ଲା ଗ୍ରସ୍ତ କରିସାରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories