ହାର୍ଦ୍ଦିକ୍‍ ପଟେଲ୍‍ : ପ୍ରଥମେ ଜେଲ୍ ପରେ ଜାମିନ୍

0

ମେହେସାଣା : ଗୁଜରାଟର ଏକ ଅଦାଲତ ପଟ୍ଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ୍‍ ପଟେଲ୍‍ଙ୍କୁ ୨ ବର୍ଷ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି। ୨୦୧୫ ମସିହାରେ ଗୁଜରାଟର ବିଶ୍‍ ନଗର ସହରରେ ଦଙ୍ଗା ଓ ପୋଡ଼ାଜଳା  ମାମଲାରେ ବିଶ୍‍ ନଗର ସେସନ୍‍ସ୍‍ କୋର୍ଟ ବିଚାରପତି ଭି.ପି. ଅଗ୍ରୱାଲ୍‍, ହାର୍ଦ୍ଦିକ୍‍ ପଟେଲ୍‍ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ  ପୋଡ଼ାଜଳା, ସରକାରୀ ସମ୍ପତ୍ତି ନଷ୍ଟ ଓ ବେଆଇନ ଭାବେ ଏକତ୍ରିତ ହେବା ଆଦି ବିଭିନ୍ନ
ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟ ୧୪ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଛାଡ଼ି ଦିଆଯାଇଛି।

ତେବେ ଜେଲ୍‍ ଦଣ୍ଡାଦେଶ ପରେ ହାର୍ଦ୍ଦିକ୍‍ ପଟେଲ୍‍ ଓ ତାଙ୍କ ସହଯୋଗୀଙ୍କୁ  ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି।

Leave A Reply