www.samajalive.in
Sunday, December 14, 2025
18.1 C
Bhubaneswar

ଅଧୀର ରଞ୍ଜନ ଚୌଧୁରୀଙ୍କ ଆହ୍ବାନ; ଅସନ୍ତୁଷ୍ଟ ଦଳ ଛାଡ଼ନ୍ତୁ

ନୂଆଦିଲ୍ଲୀ : କଂଗ୍ରେସରେ କୁହୁଳୁଥିବା ଅାଭ୍ୟନ୍ତରୀଣ ବିବାଦ ବିହାର ବିଧାନସଭା ଓ ଅନ୍ୟ କିଛି ରାଜ୍ୟର ଉପ ନିର୍ବାଚନର ଫଳାଫଳକୁ ନେଇ ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଛି। ଦଳର କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କିଛି ଆଗଧାଡ଼ିର ନେତା ଦଳ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦେଶ କରିବା ପରେ ବରିଷ୍ଠ ନେତା ତଥା ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସେମାନଙ୍କୁ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗଦେବାକୁ କିମ୍ବା ନିଜସ୍ବ ଦଳ ଗଢ଼ିବାକୁ ଖୋଲାଖୋଲି ଆହ୍ବାନ ଦେଇଛନ୍ତି। ବୁଧବାର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନେତୃତ୍ବ ପ୍ରତି ଅସନ୍ତୁଷ୍ଟ ହୋଇ କଂଗ୍ରେସକୁ ସମାଲୋଚନା କରୁଛନ୍ତି ସେମାନେ ଏପରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିବା ପରିବର୍ତ୍ତେ ଅନ୍ୟ କୌଣସି ଦଳରେ ଯୋଗ ଦେଇପାରନ୍ତି କିମ୍ବା ନିଜର ନୂଆ ଦଳ ଗଢ଼ିପାରନ୍ତି। ସେ କହିଛନ୍ତି ଯେ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଥିବା ନେତାମାନେ ଏକଦା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିକଟତର ଥିଲେ। ସେମାନଙ୍କ ନିକଟରେ ସେତେବେଳେ କୌଣସି ପ୍ରସଙ୍ଗରେ ସୋନିଆ ଓ ରାହୁଲଙ୍କ ସହିତ ମନଖୋଲା ଆଲୋଚନା କରିବାର ସୁଯୋଗ ଥିଲା। ଏଭଳି ନେତାମାନେ ଯଦି ଭାବୁଥାଆନ୍ତି ଯେ କଂଗ୍ରେସ ସେମାନଙ୍କ ପାଇଁ ଉପଯୁକ୍ତ ଦଳ ନୁହେଁ ତେବେ ସେମାନେ ନିଜସ୍ବ ରାସ୍ତା ବାଛିପାରନ୍ତି। ଏହି ନେତାମାନେ ଦଳର ଉତ୍‌ଥାନ ନେଇ ଯଦି ବାସ୍ତବରେ ଚିନ୍ତିତ ଥାଆନ୍ତେ; ତେବେ ସେମାନେ ନିର୍ବାଚନରେ ଦଳର ବିଜୟ ପାଇଁ କାମ କରିଥାଆନ୍ତେ; କିନ୍ତୁ ଏଭଳି କିଛି ନ କରି ସେମାନେ ସମାଲୋଚନାରେ ବ୍ୟସ୍ତ ଅଛନ୍ତି। ଚୌଧୁରୀଙ୍କ ଏଭଳି ଆହ୍ବାନ ପ୍ରତ୍ୟକ୍ଷ ଭାବେ କପିଲ ସିବଲଙ୍କ ପ୍ରତି ଅଭିପ୍ରେତ ବୋଲି କୁହାଯାଉଛି।
ଦଳର ବରିଷ୍ଠ ନେତା ପି. ଚିଦମ୍ବରମ୍‌ କହିଛନ୍ତି ଯେ ସାମ୍ପ୍ରତିକ ନିର୍ବାଚନ ଫଳାଫଳରୁ ଦଳର ଭିତ୍ତିଭୂମି ଓ ତୃଣମୂଳସ୍ତରର ସଂଗଠନ ଦୁର୍ବଳ ହୋଇପଡ଼ିଥିବା ସ୍ପଷ୍ଟ ହୋଇଛି। ବିହାରରେ ଆରଜେଡି ଓ କଂଗ୍ରେସ ମେଣ୍ଟର ବିଜୟ ସମ୍ଭାବନା ରହିଥିଲେ ମଧ୍ୟ କାହିଁକି ହାରିଲା ସେଥିନେଇ ସମୀକ୍ଷା ହେବା ଆବଶ୍ୟକ। ବର୍ଷକ ପୂର୍ବେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଦଳ ଭଲ କରିଥିଲେ ମଧ୍ୟ କାହିଁକି ଏବେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ତାହାର ତର୍ଜମା କରାଯିବା ଦରକାର ବୋଲି ସେ କହିଛନ୍ତି। ଆଗକୁ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଅାସାମ ଓ ପୁଡ଼ୁଚେରୀ ଭଳି ରାଜ୍ୟରେ କ’ଣ ଫଳାଫଳ ହେଉଛି ସେଥି ପ୍ରତି ଅପେକ୍ଷା କରାଯିବା ଉଚିତ। ଏଭଳି କହି ସେ ପରୋକ୍ଷରେ କପିଲ ସିବଲଙ୍କୁ ସମର୍ଥନ କରିଥିବା ଆ​‌ଲୋଚନା ହେଉଛି। କପିଳ ସିବଲ କହିଥିଲେ ଯେ କଂଗ୍ରେସ ସମ୍ପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଜନସାଧାରଣଙ୍କର ପସନ୍ଦ ହରାଇଛି। ବିହାରରେ ଆରଜେଡିକୁ ଲୋକ ପସନ୍ଦ କରିଥିବାବେଳେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସାମଗ୍ରିକ ଭାବେ କଂଗ୍ରେସ ଦୟନୀୟ ପରାଜୟ ଲାଭ କରିଛି। ଏହା ଘୋର ଚିନ୍ତାର କାରଣ। ସୋନିଆ ଓ ରାହୁଲଙ୍କ ନାଁ ନ ନେଇ ଏଭଳି ବିଫଳତା ପାଇଁ ସିବଲ ସେମାନଙ୍କୁ ଦାୟୀ କରି କହିଥିଲେ ଯେ କଂଗ୍ରେସ ହାଇକମାଣ୍ଡ ଯଦି ଗତ ୬ ବର୍ଷ ଧରି ବିଫଳତା ନେଇ ଆତ୍ମସମୀକ୍ଷା କରିପାରୁ ନାହାନ୍ତି; ତେବେ ଭବିଷ୍ୟତର ଆଶା କ’ଣ ? ସମସ୍ୟା କେଉଁଠି ସମସ୍ତେ ଜାଣିଛନ୍ତି ଏବଂ ସମାଧାନର ରାସ୍ତା ମଧ୍ୟ ସମସ୍ତଙ୍କୁ ଜଣା; ତଥାପି ଏହାକୁ କାର୍ଯ୍ୟକାରୀ କରା ନ ଯିବା ପରିତାପର ବିଷୟ। ଏମିତି କେତେ କାଳ ଚାଲିବ ବୋଲି ସେ ପଚାରିଥିଲେ। ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତି ମଧ୍ୟ ସିବଲଙ୍କୁ ସମର୍ଥନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories