www.samajalive.in
Sunday, December 14, 2025
23.1 C
Bhubaneswar

ଶୀତରେ ତ୍ବଚାର ଯତ୍ନ

ଥଣ୍ଡା ପାଗରେ ତ୍ବଚା ଓ କେଶ ଶୀଘ୍ର ପ୍ରଭାବିତ ହୋଇଥାଏ। ଆରମ୍ଭ ସମୟରୁ ଯତ୍ନ ଠିକ୍ ଭାବେ ନ ନେଲେ ବିଭିନ୍ନ ସମସ୍ୟା ଉପୁଜିବାର ଭୟ ରହିଛି। ଯୁବତୀ ଓ ମହିଳାମାନେ ଶୀତ ଦିନେ କେତୋଟି ନିୟମକୁ ମାନି ଚଳିବା ଭଲ।

– ଏଇ ଋତୁରେ ଶୋଷ ଲାଗେନାହିଁ। ଏହା ସତ୍ତ୍ବେ ନିଜ ପାଣି ପିଇବାର ଅଭ୍ୟାସକୁ ବନ୍ଦ କରନ୍ତୁନାହିଁ। ପ୍ରତି ଥର ଖାଇବା ପୂର୍ବରୁ ଓ ପରେ ପାଣି ପିଅନ୍ତୁ। ତ୍ବଚାରୁ ଜଳୀୟ ଅଂଶ କମ୍ ହେଲେ ରୁକ୍ଷତା ବଢ଼େ। ଅତିକମ୍‌ରେ ଦିନକୁ ୯-୧୦ ଗିଲାସ ପାଣି ପିଅନ୍ତୁ।
– ଭୋଜନ ଉପରେ ଗୁରୁତ୍ବ ଦେବାକୁ ଯେପରି ନ ଭୁଲିବେ। ସବୁଜ ପନିପରିବା ମିଶାମିଶି ତରକାରି ସହ ସାଲାଡ୍ ଦ୍ବିପହର ଭୋଜନରେ ଖାଇଲେ ତ୍ବଚା ଓ କେଶକୁ ଆବଶ୍ୟକ ପରିମାଣରେ ଖୋରାକ୍ ମିଳିଥାଏ।
– କେତେଜଣଙ୍କର ଧାରଣା ଯେ ଶୀତରେ ସୂର୍ଯ୍ୟକିରଣର ପ୍ରଭାବ ତ୍ବଚା ଉପରେ ପଡ଼େନାହିଁ। ଏଣୁ ସନ୍‌ସ୍କ୍ରିନ୍‌‌ର ଆବଶ୍ୟକତା ନାହିଁ। ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ୍। ସକାଳବେଳା, ଦିନବେଳା ଘରୁ ବାହାରିବା ମାତ୍ରେ ସନ୍‌ସ୍କ୍ରିନ୍ ଲଗାଇ ବାହାରନ୍ତୁ।
– ବାରମ୍ବାର ତ୍ବଚାକୁ ମଏଶ୍ଚରାଇଜ୍‌ ମଧ୍ୟ କରିବା ଆବଶ୍ୟକ। ସ୍ନାନ ପରେ ସନ୍ଧ୍ୟା ସମୟରେ ଓ ରାତ୍ରିରେ ଶୋଇବା ପୂର୍ବରୁ ମଏଶ୍ଚରାଇଜର୍ ଲଗାଇବା ଭଲ।
– ସ୍ନାନ ସମୟରେ ଅଧିକ ଗରମ ପାଣିରେ ନ ଗାଧୋଇ ବରଂ ଥଣ୍ଡା ଓ ଗରମ ପାଣିକୁ ମିଶାଇ ଗାଧୋଇବାର ଅଭ୍ୟାସ କରନ୍ତୁ। ଗରମ ପାଣିରେ ଗାଧୋଇଲେ ତ୍ବଚା ଅଧିକ ଶୁଷ୍କ ହେଉଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ। 

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories