www.samajalive.in
Sunday, December 14, 2025
26.1 C
Bhubaneswar

ମନୋଜଙ୍କ କମେଡି ପସନ୍ଦ ଆସୁଛି

ଜଣେ ଦମ୍‌ଦାର୍ କଳାକାର ଭାବେ ମନୋଜ ବାଜପାୟୀ ସିନେଜଗତରେ ଜଣାଯାନ୍ତି। ତାଙ୍କୁ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିବା କୌଣସି ଚ୍ୟାଲେଞ୍ଜ୍‌ଠାରୁ କମ୍ ନୁହେଁ ବୋଲି ଏକ ସାକ୍ଷାତକାର୍‌ରେ ପ୍ରଯୋଜକ ତଥା ନିର୍ଦେଶକ କରନ୍ ଜୋହର୍ କରିଥିଲେ। କରନ୍‌ଙ୍କ ଧର୍ମା ପ୍ରଡକ୍ସନ୍ ବ୍ୟାନର୍‌ର ଏକ ବଡ଼ ବଜେଟ୍‌ର ଚଳଚ୍ଚିତ୍ର​‌େ​‌ର ମନୋଜଙ୍କୁ ମୁଖ୍ୟ ଭୂମିକା ପାଇଁ ନିବେଦନ କରାଗଲା। କାହାଣୀ ଶୁଣିବାର ୫ ମିନିଟ୍ ପରେ ମନୋଜ ମନା କରିଦେଲେ। କରନ୍‌ ନିଜେ ବ୍ୟକ୍ତିଗତ ଭାବେ ଅନୁରୋଧ କଲେ, ହେଲେ ମନୋଜ ସହଜ ଭାବେ ବୁଝାଇଥିଲେ, ଭାଇ କାହାଣୀ ମୋ ମନ ଛୁଇଁପାରୁନି। ଏଣୁ ଅଭିନୟର ପ୍ରସଙ୍ଗ ଉଠୁଛି କେଉଁଠୁ? ଅଭିନୟକୁ ଗୁରୁତ୍ବ ଦେଉଥିବା ମନୋଜଙ୍କ ଅଭିନୀତ ‘ସୁରଜ୍ ପେ ମଙ୍ଗଲ୍ ଭାରି’ ମୁକ୍ତିଲାଭ କରିଛି। କମେଡି ଚରିତ୍ରରେ ସେ ଏଥିରେ ଅବତୀର୍ଣ୍ଣ ହେବା ସହ ତାଙ୍କ ଭୂମିକାକୁ ବିଭିନ୍ନ ମହଲ​ରେ ପ୍ରଶଂସା କରାଯାଇଛି। ମନୋଜ କହିଛନ୍ତି, ଏବେଠାରୁ ସେ ହାସ୍ୟରସାତ୍ମକ କାହାଣୀକୁ ମଧ୍ୟ ଗୁରୁତ୍ବ ଦେବେ। ଏଇ ଚଳଚ୍ଚିତ୍ରରେ ଅନ୍ୟ ଭୂମିକାରେ ଦିଲଜିତ୍ ଦୋସାନଝ୍ ଓ ଫାତିମା ସନା ଶେଖ୍ ଅଭିନୟ କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories