ଜଣେ ଦମ୍ଦାର୍ କଳାକାର ଭାବେ ମନୋଜ ବାଜପାୟୀ ସିନେଜଗତରେ ଜଣାଯାନ୍ତି। ତାଙ୍କୁ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିବା କୌଣସି ଚ୍ୟାଲେଞ୍ଜ୍ଠାରୁ କମ୍ ନୁହେଁ ବୋଲି ଏକ ସାକ୍ଷାତକାର୍ରେ ପ୍ରଯୋଜକ ତଥା ନିର୍ଦେଶକ କରନ୍ ଜୋହର୍ କରିଥିଲେ। କରନ୍ଙ୍କ ଧର୍ମା ପ୍ରଡକ୍ସନ୍ ବ୍ୟାନର୍ର ଏକ ବଡ଼ ବଜେଟ୍ର ଚଳଚ୍ଚିତ୍ରେର ମନୋଜଙ୍କୁ ମୁଖ୍ୟ ଭୂମିକା ପାଇଁ ନିବେଦନ କରାଗଲା। କାହାଣୀ ଶୁଣିବାର ୫ ମିନିଟ୍ ପରେ ମନୋଜ ମନା କରିଦେଲେ। କରନ୍ ନିଜେ ବ୍ୟକ୍ତିଗତ ଭାବେ ଅନୁରୋଧ କଲେ, ହେଲେ ମନୋଜ ସହଜ ଭାବେ ବୁଝାଇଥିଲେ, ଭାଇ କାହାଣୀ ମୋ ମନ ଛୁଇଁପାରୁନି। ଏଣୁ ଅଭିନୟର ପ୍ରସଙ୍ଗ ଉଠୁଛି କେଉଁଠୁ? ଅଭିନୟକୁ ଗୁରୁତ୍ବ ଦେଉଥିବା ମନୋଜଙ୍କ ଅଭିନୀତ ‘ସୁରଜ୍ ପେ ମଙ୍ଗଲ୍ ଭାରି’ ମୁକ୍ତିଲାଭ କରିଛି। କମେଡି ଚରିତ୍ରରେ ସେ ଏଥିରେ ଅବତୀର୍ଣ୍ଣ ହେବା ସହ ତାଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମନୋଜ କହିଛନ୍ତି, ଏବେଠାରୁ ସେ ହାସ୍ୟରସାତ୍ମକ କାହାଣୀକୁ ମଧ୍ୟ ଗୁରୁତ୍ବ ଦେବେ। ଏଇ ଚଳଚ୍ଚିତ୍ରରେ ଅନ୍ୟ ଭୂମିକାରେ ଦିଲଜିତ୍ ଦୋସାନଝ୍ ଓ ଫାତିମା ସନା ଶେଖ୍ ଅଭିନୟ କରିଛନ୍ତି।
Popular Categories



