www.samajalive.in
Saturday, December 13, 2025
14.1 C
Bhubaneswar

ବୌଦ୍ଧ ଜିଲା ଗସ୍ତରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ହରଭଙ୍ଗା : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧୁବାର ବୌଦ୍ଧ ଜିଲ୍ଲା ଗସ୍ତରେ ବାହାରି ହରଭଙ୍ଗା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଆଜି ସକାଳେ ଭୂବନେଶ୍ୱରରୁ ଆସି ବ୍ଲକର ଆଡେଣିଗଡ ପଂଚାୟତ ସଦରମହକୁମାରେ ପଂହଚିବା ପରେ ସେଠାରେ ବ୍ଲକ ଚେୟାରମ୍ୟାନ ବିଶ୍ୱଜିତ ମିଶ୍ର, ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରେ ସାଂସଦ ଲୋକଙ୍କୁ ମାସ୍କ ବଂଟନ କରିଥିଲେ। ପରେ ପରେ ଭୈରବୀ ମନ୍ଦିର ପୁରୁଣାକଟକଠାରେ ପଂହଚି ଇଂଟ୍ରେଷ୍ଟ ପାଣ୍ଠିରୁ ନିର୍ମାଣ ହୋଇଥିବା ଏକ ରୋଷଘର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହା ପରେ ମନ୍ଦିର ପରିଚାଳନ କମିଟି ତରଫରୁ ସାଂସଦଙ୍କୁ ସମ୍ବର୍ଦ୍ଧନା କରାଯିବ ସହ ଭୈରବୀଙ୍କ ଏକ ଫଟୋ ଉତରୀୟ ପ୍ରଦାନ କରାଯାଇଥିଲା। ମନ୍ଦିର ଉନ୍ନୟନ ବିଷୟରେ ଆଲୋଚନାବେଳେ ପରିଚାଳନା କମିଟି ସଭାପତି ସଲିଳ ଭୋକ୍ତା, ସଂପାଦକ ସୁଷେଣ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସାଂସଦ ସମସ୍ତଙ୍କୁ ସେଠାରେ ମାସ୍କ ବଂଟନ କରିଥିଲେ ।ନିଜେ ସାଂସଦ ଭୈରବୀ ମନ୍ଦିରରେ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ। ସେଠାରୁ ବାହାରି ଲୁଣିବାହାଲ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠା ହେବାକୁଥିବା କିସ୍ ବିଦ୍ୟାଳୟ ଜମି ପରିଦର୍ଶନ ସହିତ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶୁଭାରମ୍ଭ କରାଯିବ ବୋଲି କହିଥିଲେ। ଏହାଦ୍ୱାର ଜିଲ୍ଲା ଆଦିବାସୀ/ହରିଜନ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସୁବିଧା ପାଇପାରିବେ ବୋଲି କହିଥିଲେ ।ସେଠାରୁ ସିଧା ବୌଦ୍ଧ ପଂହଚି ବିଭିନ୍ନ ସରକାରୀ କାର୍ଯ୍ୟରେ ଯୋଗଦାନ କରିଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories