www.samajalive.in
Sunday, December 14, 2025
23.1 C
Bhubaneswar

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଲୁଟ୍ ଘଟଣା; ୪ ଗିରଫ, ୨ ବାଇକ୍ ଓ ୪ ମୋବାଇଲ ଜବତ

ବଲାଙ୍ଗିର : ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଝାରବଲାଙ୍ଗିର ଲେବୁଲକ୍ରସିଂ ନିକଟରେ ଅର୍ଥଲଗାଣକାରୀ ସଂସ୍ଥା ଭାରତ ଫାଇନାନସିଆଲ କର୍ମଚାରୀଙ୍କୁ ଆକ୍ରମଣ ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ଥିବା ତିନି ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଇଁନ୍ତଲା ପୁଲିସ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୩୦ ତାରିଖରେ ଭାରତ ଫାଇନାନସିଆଲ କମ୍ପାନୀର ଦୁଇ ଜଣ କର୍ମଚାରୀ ଆନନ୍ଦ ମହାନନ୍ଦ ଓ ତାଙ୍କର ସହଯୋଗୀ ସବୁଦିନ ଭଳି ଟଙ୍କା ସଂଗ୍ରହ ପାଇଁ ଯାଇଥିଲେ। ସେହିଦିନ ଖରଜୁରା ଓ ଭଇଁସାପାଲି ଅଞ୍ଚଳରୁ ପ୍ରାୟ ୬୦ ହଜାର ଟଙ୍କା ସଂଗ୍ରହ କରି ଫେରୁଥିବା ବାଟରେ କିଛି ଯୁବକ ଅଟକାଇଥିଲେ। ଝାରବଲାଙ୍ଗିର ରେଳକ୍ରସିଂ ନିକଟରେ ଏମାନଙ୍କୁ ଅଟକାଇ ତାଙ୍କ ଠାରୁ ବ୍ୟାଗରେ ଥିବା ସବୁତକ ଟଙ୍କା ଓ ସାମସଙ୍ଗ ଟାବଲେଟ ଲୁଟ୍ କରି ଫେରାର ମାରିଥିଲେ। ଏନେଇ ଆନନ୍ଦ ମହାନନ୍ଦ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। କେସ୍ ନଂ ୨୩୭ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ଯୁବକଙ୍କୁ ଗିରଫ କରିଥିବା ପୁଇଁନ୍ତଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ଚାରି ଜଣ ଯୁବକ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆ ଗ୍ରାମର ଶେସଦେବ ବାଗ୍ ଓରଫ ଖଲି, ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁର ସୁପର ସାଗର, ଫୁଇଁନ୍ତଲା ଥାନା ଅନ୍ତର୍ଗତ ଝାରବଲାଙ୍ଗିର ଗାଁର ସୁଶାନ୍ତ ବିଭାର ଓ ଗଣ୍ଡାବାହାଲ ଗାଁର ସୁଶାନ୍ତ ତାଣ୍ଡି। ଏହି ଚାରି ଜଣ ଯୁବକଙ୍କଠାରୁ ଦୁଇଟି ବାଇକ୍ ଓ ଚାରୋଟି ମୋବାଇଲ ପୁଲିସ ଜବତ କରିଛି। ଚାରିଜଣ ଯୁବକକୁ କୋର୍ଟଚାଲାଣ କରାଯାଇଥିବା ପୁଇଁନ୍ତଲା ଥାନା ଅଧିକାରୀ ବି. ରୁଦ୍ରିଆ ସୂଚନା ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories