www.samajalive.in
Saturday, December 13, 2025
26.1 C
Bhubaneswar

ମସଲା ମକା ପନିର

ଆବଶ୍ୟକ ସାମଗ୍ରୀ
ସିଝା ଆଳୁ – ୩ଟି
ସିଝା ମକା – ୧କପ
କୋରା ପନୀର – ୫୦ ଗ୍ରାମ
କର୍ଣ୍ଣଫ୍ଲୋର – ୨ଚାମଚ
କଟା କଞ୍ଚାଲଙ୍କା – ୨ଟି
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଚିଜ ଖଣ୍ଡ – ୩ ରୁ ୪ଟି
ପେଷା ପାଉରୁଟିର ମାଟିଆ ଭାଗ – ୧କପ
ଚାର୍ଟ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ସିଝା ଆଳକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟା ଆଳୁରେ କର୍ଣ୍ଣଫ୍ଲୋର, କୋରା ପନିର , ମକା ପକାନ୍ତୁ। ଏହାପରେ ଏଥିରେ କଞ୍ଚାଲଙ୍କା, ଧନିଆ ପତ୍ର, ଲୁଣ, ଗୋଲମରିଚ ଗୁଣ୍ଡ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ମଧ୍ୟରେ ଏହି ମିଶ୍ରଣରୁ ପ୍ରସ୍ତୁତ ମିଶ୍ରଣରୁ ଛୋଟ ବଲ ଆକୃତିର କରି ଏହାର ମଧ୍ୟ ଭାଗକୁ ଖାଲ କରନ୍ତୁ। ଏହି ଖାଲ ମଧ୍ୟରେ ଚିଜ ଅଳ୍ପ ଚାର୍ଟ ମସଲାକୁ ରଖନ୍ତୁ ଓ ସମ୍ପୂର୍ଣ୍ଣ ବଲ ଆକୃତିର କରି ଦିଅନ୍ତୁ। ଏହି ବଲକୁ ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories