www.samajalive.in
Sunday, December 7, 2025
18.1 C
Bhubaneswar

ବୁଲା ଗାଈଗୋରୁ ମୁକ୍ତ ସହର ପ୍ରହସନ : ଘୋଷଣାରେ ‘ଗୋ- ମଙ୍ଗଳ’ କାର୍ଯ୍ୟ ଖସଡ଼ା

ଭୁବନେଶ୍ବର ): ସ୍ମାର୍ଟସିଟି ଭୁବନେଶ୍ବରକୁ ବୁଲା ଗୋରୁ ଏବଂ ଷଣ୍ଢଙ୍କ ଅବାଧ ବିଚରଣରୁ ମୁକ୍ତ କରିବା ପାଇଁ ୨୦୧୯, ନଭେମ୍ବର ୧୭ରେ କମିସନରଙ୍କ ଆଦେଶକ୍ରମେ ବିଏମ୍‌ସି ଗୋ-ମଙ୍ଗଳ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲା। ବାହାରକୁ ଗାଈଗୋରୁ ଛାଡ଼ିିଲେ ବିଏମ୍‌ସି ଜୋରିମାନା ଆଦାୟ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଗାଈଗୋରୁ ରାସ୍ତା ଉପରେ ଦେଖିଲେ ବିଏମ୍‌ସି ସ୍କ୍ୱାଡ୍‌ ଧରି କାଞ୍ଜିଆହୁଦାରେ ତିନିଦିନ ରଖିବ। ଗାଈକୁ ମୁକୁଳାଇବାକୁ ଆସିଥିବା ମାଲିକଙ୍କଠାରୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ତେବେ ଦ୍ବିତୀୟ ବାର ସେହି ଗାଈ ସ୍କ୍ବାଡ୍‌ ଦ୍ବାରା ଧରାହେଲେ ଆଉ ଫେରସ୍ତ ଦିଆଯିବ ନାହିଁ। ଧରାଯାଇଥିବା ଗାଈଗୋରୁଙ୍କୁ ଏସ୍‌ଏଚ୍‌ଜିକୁ ହସ୍ତାନ୍ତର କରାଯିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଥିଲା। ଗତବର୍ଷ ମାର୍ଚ୍ଚରୁ ବିଏମ୍‌ସି ଉକ୍ତ ଅଭିଯାନ ଜୋର୍‌ଦାର କରିବ ବୋଲି କହିଥିଲା, ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୂର୍ବପରି ମାଳମାଳ ବୁଲା ଗାଈଗୋରୁ, ଷଣ୍ଢ ରାସ୍ତାରେ ବୁଲୁଛନ୍ତି। ଏଥିଯୋଗୁଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି।

୨୦୧୭ର ଷଣ୍ଢ ବନ୍ଧ୍ୟାକରଣ ଅଭିଯାନ ତଥ୍ୟାନୁସାରେ ଭୁବନେଶ୍ବରରେ ୧୨ଶହ ଷଣ୍ଢ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଏହି ସଂଖ୍ୟା ପାଖାପାଖି ୧୫ଶହ ଟପି଼ିଛି। ସେହିପରି ବିଏମ୍‌ସି ଅଞ୍ଚଳରେ ପ୍ରାୟ ୧୨ ହଜାର ଗୃହପାଳିତ ଗାଈ ଥିବା ପଶୁ ସମ୍ପଦ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ସହରର ବିଭିନ୍ନ ବଜାର, ଛକ, ଗଳିକନ୍ଦି ଓ ପ୍ରମୁଖ ରାସ୍ତାରେ ମାଳମାଳ ଗାଈଗୋରୁ ଏବଂ ଷଣ୍ଢ ବୁଲୁଛନ୍ତି। ଲୋକ ଗାଈଗୋରୁ ଗୁହାଳରେ ନ ରଖି ବାହାରେ ଛାଡୁଥିବାରୁ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି। କେତେବେଳେ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ବିଭିନ୍ନି ଗଳିକନ୍ଦିରେ ଲଢ଼େଇ କରି ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ବଡ଼ଗଡ଼ ଅଞ୍ଚଳରେ ଷଣ୍ଢ ଲଢ଼େଇରେ ଲୋକଙ୍କ ଜୀବନ ଯାଇଥିବା ଘଟଣା ନଜିର ରହିଛି। ଏହି ସମସ୍ୟା ଦୂର କରିବା ପାଇଁ ଷଣ୍ଢ ଏବଂ ବୁଲା ଗାଈଗୋରୁ ମୁକ୍ତ ସହର କରିବା ନିମନ୍ତେ ବିଏମ୍‌ସି ନିଷ୍ପତ୍ତି ନେଇଛି। ହେଲେ କାର୍ଯ୍ୟପନ୍ଥା ମନ୍ଥର ଗତିରେ ଚାଲିଥିବାରୁ ଲକ୍ଷ୍ୟ ପୂରଣ ହୋଇପାରୁନି।

- Advertisement -

ଜାମୁକୋଳିରେ ଆଉ ଅଢ଼େଇ ଶହ ସେଡ୍‌ ନିର୍ମାଣ

ସହର ଉପକଣ୍ଠ ଜାମୁକୋଳିରେ ବିଏମ୍‌ସିର କାଞ୍ଜିଆହୁଦା ରହିଛି। ଏଠାରେ ୬୪ଟି ସେଡ୍‌(ରହଣି ସ୍ଥାନ) ନିର୍ମାଣ କରାଯାଇଛି। ବିଏମ୍‌ସି ସହରର ବୁଲା ଷଣ୍ଢ ଧରି ଏଠାରେ ରଖୁଛି। ସେଡ୍‌ କମ୍‌ ଥିଲେ ବି ଖୋଲା ସ୍ଥାନ ଥିବାରୁ ଏଠାରେ ଏବେ ପାଖାପାଖି ୯୫ ଷଣ୍ଢ ରହୁଛନ୍ତି। ଜାମୁକୋଳି କାଞ୍ଜିଆ ହୁଦାରେ ଆଉ ୨୫୦ରୁ ଊର୍ଦ୍ଧ୍ବ ସେଡ୍‌ ନିର୍ମାଣ କରିବାକୁ ବିଏମ୍‌ସି ପଦକ୍ଷେପ ନେଇଛି। ଏହାର ନିର୍ମାଣ ଦାୟିତ୍ବ ଏକ ଠିକା ସଂସ୍ଥାକୁ ଦିଆଯାଇଛି। ସେଡ୍‌ ନିର୍ମାଣ ସରିଲେ ଷଣ୍ଢ ଧରା ଅଭିଯାନ ଜୋର୍‌ଦାର କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଷଣ୍ଢ ପିଛା‌ ୧୦୦ ଟଙ୍କା ଖର୍ଚ୍ଚ

କାଞ୍ଜିଆହୁଦାରେ ରହୁଥିବା ଷଣ୍ଢ ପିଛା ଦୈନିକ ୧୦୦ ଟଙ୍କା ଖର୍ଚ୍ଚ ହେଉଛି। ଉକ୍ତ ଅର୍ଥ ନଡ଼ା, କୁଟା ସହିତ ଗୋଖାଦ୍ୟ ବାବଦରେ ଖର୍ଚ୍ଚ ହେଉଛି। ଫାଟୁଆ ଆକ୍ରାନ୍ତ ଷଣ୍ଢଙ୍କୁ ସ୍ବତନ୍ତ୍ର ଚିକିତ୍ସା କରାଯାଉଛି।

ନୂଆ କାଞ୍ଜିଆହୁଦା ନିମନ୍ତେ ଜାଗା ଖୋଜା

ବିଏମ୍‌ସି ଅଞ୍ଚଳର ସମସ୍ତ ଷଣ୍ଢଙ୍କୁ ରଖିବା ନିମନ୍ତେ ଜାମୁକୋଳି କାଞ୍ଜିଆହୁଦା ସକ୍ଷମ ନୁହେଁ। ଏଥିପାଇଁ ସହର ଉପକଣ୍ଠରେ ସରକାରୀ ଜାଗା ଖୋଜା ଚାଲିଛି। ବିଏମ୍‌ସି ଏବଂ ରାଜସ୍ବ ବିଭାଗର ମିଳିତ ଉଦ୍ୟମରେ ସ୍ଥାନ ଚିହ୍ନଟ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବିଏମ୍‌ସି ଅଧିକାରୀଙ୍କ ମଧ୍ୟରେ ଦୁଇଥର ବୈଠକ ବସିଛି। ଜାଗା ମିଳିଲେ ନୂତନ କାଞ୍ଜିଆହୁଦା ନିର୍ମାଣ ହେବ ବିଏମ୍‌ସି ଡେପୁଟି କମିସନର ଶ୍ୟାମ ସୁନ୍ଦର ସେଠୀ କହିଛନ୍ତି।

ଲିଙ୍ଗରାଜରୁ ଗଲେଣି ୪୦ ଷଣ୍ଢ

ଏକାମ୍ର କ୍ଷେତ୍ରରେ ଷଣ୍ଢଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ପର୍ଯ୍ୟଟକ ନାନା ହଇରାଣ ହରକତ ହେଉଛନ୍ତି। ଏଥିପାଇଁ ଏକାମ୍ର କ୍ଷେତ୍ରକୁ ଷଣ୍ଢମୁକ୍ତ କରିବା ନିମନ୍ତେ ସରକାର ଘୋଷଣା କରିଛନ୍ତି। ଘୋଷଣା ପରେ ବିଏମ୍‌ସି ଲିଙ୍ଗରାଜ ଅଞ୍ଚଳରୁ ୪୦ରୁ ଊର୍ଦ୍ଧ୍ବ ଷଣ୍ଢ ଜାମୁକୋଳି କାଞ୍ଜିଆହୁଦାକୁ ନେଇଛି।

ଟ୍ୟାଗିଂ ବ୍ୟବସ୍ଥା

ଗାଈଗୋରୁଙ୍କୁ ଚିହ୍ନଟ ନିମନ୍ତେ ବିଏମ୍‌ସି ଟ୍ୟାଗିଂ ବ୍ୟବସ୍ଥା କରିବାକୁ ପଦ‌େ‌କ୍ଷପ ନେଇଛି। ଗୋପାଳକମାନେ ନିଜ ଗାଈଗୋରୁଙ୍କୁ ଟ୍ୟାଗିଂ କରିବାକୁ ଥିବାବେଳେ ଷଣ୍ଢଙ୍କ ବେକରେ ବିଏମ୍‌ସି ଟ୍ୟାଗ୍‌ ଲଗାଉଛି। ବିଏମ୍‌ସି ସ୍କ୍ବାଡ୍‌ ଷଣ୍ଢ ଧରିବା ସମୟରେ ଷଣ୍ଢଙ୍କ ବେକରେ ଏକ ସ୍ବତନ୍ତ୍ର ନମ୍ବର ଦେଇ ଟ୍ୟାଗିଂ କରୁଛି। ଯାହାଫଳରେ ବିଏମ୍‌ସି ଅଞ୍ଚଳର ଷଣ୍ଢ ଅନ୍ୟଠାରୁ ପୃଥକ୍‌ କରିବା ସହଜ ହେଉଛି। ଟ୍ୟାଗିଂ ପ୍ରକ୍ରିୟା ସରିବା ପରେ ଭୁବନେଶ୍ବରରେ ଷଣ୍ଢ ଛାଡୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବାହାବନ୍ଧ ଷଣ୍ଢ ଆଶ୍ରୟସ୍ଥଳୀ କେବେ?

୬କୋଟି ଟଙ୍କା ବିନିମୟରେ ଢେଙ୍କାନାଳର ବାହାବନ୍ଧରେ ବୁଲା ଷଣ୍ଢଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ସରକାର ପ୍ରସ୍ତାବ ରଖିଥିଲେ। ଏଠାରେ ପ୍ରାୟ ୧୦୦୦ ଷଣ୍ଢଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ହେବାର ଥିଲା। ପ୍ରସ୍ତାବକ୍ରମେ ବିଏମ୍‌ସି ୨୦ଟି ଆଶ୍ରୟ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ୩ବର୍ଷ ଭିତରେ ଆଶ୍ରୟସ୍ଥଳୀ ନିର୍ମାଣ ସରିବ ବୋଲି ପ୍ରସ୍ତାବ ରହିଥିଲା, କିନ୍ତୁ ଉକ୍ତ ପ୍ରସ୍ତାବ କେବଳ ଘୋଷଣାରେ ରହିଛି। ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗ କିଛି ନିଷ୍ପତ୍ତି ନେଇ ନଥିବା ଜଣାପଡ଼ିଛି। ବିକଳ୍ପ ପନ୍ଥା ସ୍ବରୂପ ବିଏମ୍‌ସି ରାଜଧାନୀ ଉପକଣ୍ଠରେ ସରକାରୀ ଜାଗା ଖୋଜୁଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories