www.samajalive.in
Saturday, December 6, 2025
19.1 C
Bhubaneswar

ମାଲ ବୋଝେଇ ଟ୍ରକ ଧକ୍କାରେ ମିସ୍ତ୍ରୀ ମୃତ

ଭଂଜନଗଜର : ତାରସିଂର ଘର କାମ କରୁଥିବା ମିସ୍ତ୍ରୀ ଅଶୋକ ଯାନି(୨୭)ଙ୍କ ଏକ  ସଡକ ଦୁର୍ଘଟଣାରେ ମୃତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହି ମିସ୍ତୀ ଜଣଙ୍କ ନିକଟସ୍ଥ କୋକଳବା ଗ୍ରାମରୁ ବାଇକ ଯୋଗେ ନିଗ ଗ୍ରାମକୁ ଫେରୁଥିବା ବେଳେ ଲଙ୍ଗଳଖୋଳା ଠାରେ ଭଂଜନଗରରୁ ଦଶପଲ୍ଲା ରାସ୍ତାରେ ଯାଉଥିବା ଏକ କୋଇଲା ବେଝେଇ ଟ୍ରକ ଧକ୍କା ଦେଇଥିଲା। ତାଙ୍କ ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗି ଗଭୀର କ୍ଷତ ସୃଷ୍ଟି କରିଥିଲା। ପ୍ରବଳ ରକ୍ତ ଉବୁଡୁବୁ ହୋଇ ଚେତାଶୂନ୍ୟ ଅବସ୍ଥାରେ ସେ ପିଚୁ ରାସ୍ତାରେ ପଡିରହିଥିଲେ। ଖବର ପେଇ ତାରସିଂ ପୁଲିସ୍ ଘଟଣା ସ୍ଥଳରେ ପହଁଚି ନିଜ ଗାଡିରେ ଭଂଜନଗର ସରକାରୀ ହାସପିଟାଲ ନେଇ ଆସିଥିଲେ।  ଡାକ୍ତର ଏଠାରେ ତାଙ୍କର ଚିକିତ୍ସା ଆରମ୍ଭ କରିବା କ୍ଷଣି ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମାଲ ବେଝେଇ ଟ୍ରକଟି ଏହି ମିସ୍ତୀଙ୍କୁ  ଧକ୍କା ଦେଇ ଦ୍ରୁତ ଗତିରେ ଦଶପଲ୍ଲା  ରାସ୍ତାରେ ଚାଲି ଯାଉଥିବା ବେଳେ କୋକଳବା ଗ୍ରାମବସୀଙ୍କ ସହାୟତାରେ ଏହାକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଟ୍ରକ ସହ ଡ୍ରାଇଭରକୁ ତାରସିଂ ଥାନାରେ ପୁଲିସ୍ ଅଟକ ରଖିଛି।

ସୂଚନାଯୋଗ୍ୟ ଯେ, ପରିବାରର ପେଟପାଟଣା ପାଇଁ  ଏହି ମାସ୍ତୀ ଜଣଙ୍କ ବିଭିନ୍ନ ସ୍ଥାନ ବୁଲି କାମ କରିଆସୁଥିବା ବେଳେ ଆଜି କୋକାବା ଯାଇ ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟି ପ୍ରାଣହାନୀ ଘଟିବାରୁ ଏବେ ନୀରିହ ପରିବାରର ଭବିଷତ୍ୟ ଅନ୍ଧକାରମୟ ହୋଇ ଯାଇଛି। ବିଶାଖାପଟଣାରୁ  କୋଇଲା ବୋଝେଇ କରି ଝାରସଗୁଡା ଅଭିମୁଖେ ଯାଉଥିବା ବେଳେ ଲଙ୍ଗଳଖୋଳା ଠାରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରକାଶଯୋଗ୍ୟ ଯେ, ଭଂଜନଗର-ଦଶପଳ୍ଲା  ରାଜ୍ୟ ରାଜପଥ ହୋଇ ପ୍ରତ୍ୟେକ ମୂହୁର୍ତ୍ତରେ ଶହ ଶହ ସଂଖ୍ୟରେ ମାଲ ବେଝେଇ ଟ୍ରକ ଯାତାୟତ କରୁଥିବାରୁ ଏବେ ଏହା ଜାତୀୟ ରାଜପଥ ପାଲଟି ଯାଇଛି। କିନ୍ତୁ ଜାତୀୟ ରାଜପଥର ଯାତ୍ରା ନିରାପତ୍ତା କୌଣସି ବ୍ୟବସ୍ଥା ହାତକୁ ନିଆଯାଇ ନାହିଁ। ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଅଞ୍ଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି। ବାରମ୍ବାର ଦୁର୍ଘଟଣା ଘଟି ଜନଜୀବନ ବିପନ୍ନ ହୋଇ ପଡିଛି। ଏହି ସଂକ୍ରାନ୍ତରେ  ରାଜ୍ୟ ସଡକ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories