www.samajalive.in
Saturday, December 13, 2025
26.1 C
Bhubaneswar

ଦୁବାଇରେ ଭାରତୀୟ ଦମ୍ପତିଙ୍କ ଅନନ୍ୟ ବିବାହ – “ଡ୍ରାଇଭ ବାୟ ବିବାହ ଉତ୍ସବ”

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଜଣେ ଭାରତୀୟ ଦମ୍ପତି କରୋନା ଜୀବାଣୁ ସଂକ୍ରମଣକୁ ଏଡାଇବା ପାଇଁ ଏବଂ ସାମାଜିକ ଦୂରତା ଅନୁସରଣ କରି ଏକ ନିଆରା ଢଙ୍ଗରେ ବିବାହ ଉତ୍ସବ ଆୟୋଜନ କରିଛନ୍ତି। ଏହାକୁ “ଡ୍ରାଇଭ ବାୟ ବିବାହ ଉତ୍ସବ”ବୋଲି କୁହାଯାଉଛି। ଯେଉଁଥିରେ ଅତିଥିମାନେ ସେମାନଙ୍କୁ କାରରେ ଅଭିବାଦନ ଜଣାଇଛନ୍ତି। ଗଣମାଧ୍ୟମରେ ଏକ ସମ୍ବାଦ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଖାଲିଜ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେରଳର ମହମ୍ମଦ ଜାଜେମ ଏବଂ ଆଲମାସ୍ ଅହମ୍ମଦ ପ୍ରଥମେ ବିବାହ କରିଥିଲେ ଏବଂ ପରେ ଦୁବାଇରେ ନିଜ ଘର ବାହାରେ ଫୁଲରରେ ନିର୍ମିତ ଷ୍ଟେଜ୍ ତଳେ ଠିଆ ହୋଇଥିଲେ, ଯାହାଦ୍ୱାରା ସାମାଜିକ ଦୂରତା ବଜାୟ ରହିଥିଲା। ଏହା ପରେ ସେମାନେ ଏକ ବିବାହ ସମାରୋହ କରିଥିଲେ। ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଦମ୍ପତିଙ୍କ ଘର ବାହାରେ ବନ୍ଦ କାରରେ ଆସି ଅଭିନନ୍ଦନ ଜଣାଇଥିଲେ।

- Advertisement -

ଅତିଥିମାନଙ୍କୁ କାରରୁ ଓହ୍ଲାଇବାକୁ ଦିଆଯାଇନଥିଲା

ଜାଜିମ କହିଛନ୍ତି ଯେ, ନିୟମ ସହଜ ଏବଂ ଆମେ ଏକ ଭିଡିଓ ମାଧ୍ୟମରେ ଏହି ବିଷୟରେ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲୁ। ଅତିଥିମାନେ ଗାଡି ଚଳାଇ ପହଞ୍ଚିଥିଲେ, କିଛି ମିନିଟ୍ ପାଇଁ ସେଠାରେ ଅଟକି ଥିଲେ, ଫଟୋ ଉଠାଉଥିଲେ ଏବଂ ତାପରେ ଡ୍ରାଇଭ୍ କରି ସେଠାରୁ ଚାଲି ଯାଇଥିଲେ । ଯେପରି ଟ୍ରାଫିକ ବନ୍ଦ ନହୁଏ ସେଥିପାଇଁ ସେମାନଙ୍କୁ କାରରୁ ଓହ୍ଲାଇବାକୁ ବାରଣ କରାଯାଇଥିଲା।

ଏମିରେଟ୍ସ ଏୟାରଲାଇନ୍ସର ଏରୋନେଟିକାଲ୍ ଇଞ୍ଜିନିୟର ଜାଜିମ୍ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପିତାମାତା ଏବଂ ଅନେକ ସମ୍ପର୍କୀୟ ବୃଦ୍ଧ, ତେଣୁ ସେମାନେ ଏକ ବଡ଼ ସମାରୋହ କରିବାକୁ ଚାହୁଁନଥିଲେ । କିନ୍ତୁ ସାମାଜିକ ଦୂରତା ପାଳନ କରି ଏହି ଉତ୍ସବ ପାଳନ କରିବାକୁ ଦୁବାଇ ସରକାର ଅନୁମତି ଦେଇଥିଲେ । ଏହି ଦମ୍ପତି ଡ୍ରାଇଭ୍ ବାୟ ରିସେପ୍ସନ୍ ପାର୍ଟି ବହୁତ ଭଲ ଭାବରେ ଆୟୋଜନ କରିଥିଲେ। ବ୍ରିଟେନରେ ଆୟୋଜିତ ଏପରି ଏକ ବିବାହ ପାର୍ଟିରୁ ସେମାନେ ଅନୁପ୍ରାଣିତ ହୋଇଥିଲେ ବୋଲି ଦମ୍ପତ୍ତି କହିଥିଲେ ।

ନବ ବିବାହିତ ଦମ୍ପତି କହିଛନ୍ତି ଯେ, ଡ୍ରାଇଭ୍ ବାୟ ରିସେପ୍ସନ ପାର୍ଟିକୁ ସେମାନଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ବହୁତ ଭଲ ଭାବରେ ଗ୍ରହଣ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories