www.samajalive.in
Wednesday, December 10, 2025
17.1 C
Bhubaneswar

ମହାନଦୀରୁ ଉଦ୍ଧାର ହେଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ, ପୂଜାସାମଗ୍ରୀ ବିସର୍ଜନ କରୁଥିବା ବେଳେ ଖସି ପଡିଥିଲେ ବୋଲି କହିଲେ ଅମ୍ଲାନ

କଟକ : ମହାନଦୀରୁ ଉଦ୍ଧା ହେଲେ ଓଡିଉଡ୍‌ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା । ଭୂମିକାଙ୍କୁ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲରୁ ମହାନଦୀରୁ ସ୍ଥାନୀୟ ଲୋକେ ଏବଂ ପୁଲିସର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ନଦୀକୁ ଖସିପଡ଼ିଥିବା ପୁଲିସ ସୂଚନା ଦେଇଛି । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନ ଓ ତାଙ୍କ ସ୍ତ୍ରୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ଯୋଗୁ ଏହି ଘଟଣା ଘଟିଛି ସେନେଇ ପୁଲିସ ତଦନ୍ତ କରୁଛି।

ତେବେ ଭୂମିକାଙ୍କ ସ୍ବାମୀ ତଥା ଓଲିଉଡ୍‌ ଅଭିନେତା ଅମ୍ଳାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ତାଙ୍କ ପତ୍ନୀ ନଦୀକୁ ଖସି ପଡିଥିଲେ। ସେ ମଧ୍ୟ ତାଙ୍କ ସହ ସେଠାକୁ ଯାଇଥିଲେ। ଗାଡିରେ ସେ ଏବଂ ତାଙ୍କ ଡ୍ରାଇଭର ବସିଥିବା ବେଳେ ତାଙ୍କ ପତ୍ନୀ ନଦୀରେ ପୂଜା ସମାଗ୍ରୀ ବିସର୍ଜନ କରିବାକୁ ଯାଇଥିଲେ । ଗୋଡ ଖସିଯିବାରୁ ନଦୀକୁ ଖସି ପଡିଥିଲେ। ତେବେ ଏନେଇ ଆମେ ସଙ୍ଗେସଙ୍ଗେ ପୁଲିସକୁ ସୂଚନା ଦେଇଥିଲୁ । ପୁଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚିବା ସହ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଭୂମିକାଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଅମ୍ଲାନ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories