www.samajalive.in
Sunday, December 14, 2025
15.1 C
Bhubaneswar

ଦୀପାବଳିର କାଉଁରିଆ କାଠି ନିଆଁରୁ ୬ ପରିବାରର ୧୨ ବଖରା ଘର ଭସ୍ମ

ଭଂଜନଗର : ଭଂଜନଗରର ତାରସିଂ ଥାନା ଅନ୍ତର୍ଗତ କପିଳପଲ୍ଲି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ଟି ପରବାରର ୧୨ ବଖରା ଘର ଜଳି ପୋଡି ପାଉଁଶ ହୋଇ ଯାଇଛି। ଦୀପାବଳିର କାଉଁରିଆ କାଠି ନିଆଁ ସଂଯୋଗ ହୋଇ ଗ୍ରାମର ଭିକାରୀ ଚରଣ ନାୟକ, ପୂର୍ଣର୍ଚନ୍ଦ୍ର ନାୟକ, ଭଗବାନ ନାୟକ, କାଳିଆ ନାୟକ, ଲୋକନାଥ ନାୟକ ଓ ସୋମନାଥ ନାୟକଙ୍କ ଘର ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇ ଯାଇଥିଲା। ଗ୍ରାମରେ ପାରମ୍ପାରିକ ବିଧିବିଧାନ ଅନୁଯାୟୀ ବଂଶଗତ ପରିବାର ମଧ୍ୟରେ ଦୀପପାବଳି ଉତ୍ସବ ପାଳନ ଚାଲିଥିଲା। ଏହି ସମୟରେ ହଠାତ୍‍ କୌଣସି ଏକ ପରିବାରରେ କାଉଁରିଆ କାଠି ଜଳାଇ ସାତ ପୁରୁଷଙ୍କୁ ଡାକିବା ବେଳେ ହାତରେ ଧରିଥିବା କାଉଁରିଆ କାଠି ନିଆଁ ନଡା ଛପର ଘରକୁ ସଂଯୋଗ ହୋଇ ଯାଇଥିଲା। ଚାହୁଁ ଚାହୁଁ ନିମିଷକେ ମଧ୍ୟରେ ନିଆଁ ସାହି ପଡିଶା ୬ଟି ପରିବାରକୁ ବ୍ୟାପି ଯାଇଥିଲା।
ଅଗ୍ନିର ପ୍ରକୋପ ଏତେ ଜୋର ଥିଲା ଯେ ହଠାତ୍‍ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ସାହାସ କରିପାରି ନ ଥିଲେ। ଏହି ସବୁ ଘର ମଧ୍ୟରେ ଥିବା ସମସ୍ତ ସଂପତ୍ତି ଲୁଗାପଟା ଠାରୁ ଆରମ୍ଭ କରି ପେଢି, ଆଲମିରା, ଖଟ, କଂସାବାସନ, ଟଙ୍କା, ଗହଣା, ଧାନ, ଚାଉଳ, ସାଇକେଲ ଏପରି ପିଲାଙ୍କ ବହି ବସ୍ତାନୀ ପ୍ରଭୁତି ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ଖବର ପାଇ ବେଲଗୁଣ୍ଠାରୁ ଦମକଳ ବାହିନୀ କପିଳପଲ୍ଲି ଗ୍ରାମରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଖାଲି ପୋଡା ଘରରେ ଠିଆ ହୋଇ ରହିଥିବା କଳା ଖମ୍ବ ଦେଖିବାକୁ ମିଳିଥିଲା। ଗଦା ଗଦା ପାଉଁଶ ମଧ୍ୟରୁ ଅଗ୍ନି ବିପିନ୍ନ ମାନେ ଖାଲି ସାଉଁଟୁଥିଲେ କାଳେ କିଛି ଅକ୍ଷତ ଅବସ୍ଥାରେ ସାମଗ୍ରୀ ମିଳିଯିବା ଆଶାରେ।। କିଂତୁ, ଅଗ୍ନିର ଲେଲିହାନ ଶିଖାରେ ଘରର ସମସ୍ତ ସଂପତ୍ତି ଭସ୍ମିଭୂତ ହୋଇଥିବା ବେଳେ ପିନ୍ଧିବା ବସନ ବ୍ୟତୀତ କାଣି କଉଡିଏ ମଧ୍ୟ ପାଇ ନ ଥିଲେ। ବର୍ତ୍ତମାନ ଅଗ୍ନି ବିପିନ୍ନମାନେ ପିଲା ଛୁଆଙ୍କୁ ଧରି ଶୀତକାକର ରାତିରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥିବା ବେଳେ ତୁରନ୍ତ ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଘରର ସମସ୍ତ ସଂପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଥିବାରୁ ଏବେ ଅଗ୍ନିବିପିନ୍ନ ପରିବାରଙ୍କ ଭବିଷତ ନେଇ ଅଧିକ ଚିନ୍ତାଗ୍ରସ୍ତ କରିପକାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories