www.samajalive.in
Saturday, December 6, 2025
23.1 C
Bhubaneswar

ଫସଲ ବୀମା ପ୍ରାପ୍ୟ ଦାବିରେ ବ୍ୟାଙ୍କ ଘେରାଉ କଲେ ଚାଷୀ

ମୁରିବାହାଲ: ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ବହୁ ଚାଷୀ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାଶଙ୍କ ନେତୃତ୍ୱରେ ମୁରିବାହାଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଘେରାଉ କରିଥିଲେ। ଫସଲ ବୀମା ବ୍ୟାଙ୍କକୁ ଆସିଥିଲେ ମଧ୍ୟ ଚାଷୀଙ୍କୁ ଦିଆଯାଉ ନଥିବା ପ୍ରତିବାଦ କରି ସେମାନେ ବ୍ୟାଙ୍କ ଘେରାଉ କରିଥିଲେ। ୨୦୧୯ କୃଷି ବୀମା ଟଙ୍କା ବ୍ୟାଙ୍କକୁ ଆସିଥିଲେ ସୁଦ୍ଧା ଚାଷୀମାନଙ୍କ ଟଙ୍କା ଦେଉ ନଥିଲେ। ଚାଷୀମାନେ ବ୍ୟାଙ୍କ ପରିଚାଳକ ଶ୍ୟାମ ସୁନ୍ଦର ସାହୁଙ୍କୁ ଅନେକ ଥର ଏବିଷୟରେ ଅଭିଯୋଗ କରି ଥିଲେ ସୁଦ୍ଧା କିଛି ଲାଭ ନହେବାରୁ ଆଜି ବିଜେଡି ନେତା ଅଜୟ ଦାଶଙ୍କ ନେତୃତ୍ୱରେ ଗୋଇମୁଣ୍ଡର ପଞ୍ଚାୟତର ଚାଷୀମାନେ ଘଣ୍ଟାଏ ଧରି ବ୍ୟାଙ୍କ ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ।

ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ସହିତ ଶ୍ରୀ ଦାଶ ଫୋନ ଯୋଗେ କଥା ହେବା ପରେ ଚାଷୀମାନଙ୍କୁ ତାଙ୍କର ପ୍ରାପ୍ୟ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ଚାଷୀ ନବେ ସରାଫ, ଡଗର ସାହୁ , କୁଶ ସରାଫ, ମାଣିକ୍ୟ ବାଗ, କର୍ନ୍ଦପ ଜାନୀ, ଭାଗିରଥି ସରାଫ, ଦଳ ଗଞ୍ଜନ ବାଗ, ମୁନ୍ସିରାମ ସାହୁଙ୍କ ସହ ବିଜେଡି ନେତା ମିନିକେତନ ପାତ୍ର, ଚିତରଞ୍ଜନ ବାଗ, ଛିନୁ କେତକୀ, ସନ୍ଦୀପ ପୁଟେଲ, ମୁନା ମହାନ୍ତି, ଚିନ୍ମୟ ଖର୍ସେଲ, ସାନ୍ତନୁ ବିଭାର, ଶ୍ୟାମ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories