www.samajalive.in
Friday, December 12, 2025
27.1 C
Bhubaneswar

ତୁଷୁରାରେ ପଲସର ଆତଙ୍କ ; ଦିନ ଦ୍ବିପ୍ରହରରେ ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

ତୁଷରା : ତୁଷୁରାରେ ବିଭିନ୍ନ ସମୟରେ ପଲସରରେ ଲୁଟେରାମାନେ ଆସି ଟଙ୍କା ଲୁଟ କରୁଥିବା ବେଳେ ଶୁକ୍ରବାର ଏକ ମିଲ୍‌ରେ କର୍ମଚାରୀଙ୍କ ଡିକିରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ତୁଷୁରା ଥାନାଧିକାରୀ ଏକ ମାମାଲା ରୁଜୁ କରିବା ସହ ଖୋଳତାଡ ଚଳାଇଛନ୍ତି।

ଶୁକ୍ରବାର ଦିନ ୧ ଟା ସମୟରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅର୍ନ୍ତଗତ ଗଜବାହାଲ ଗାଁରେ ଥିବା ବାଲାଜୀ ଏଗ୍ରୋ ଇଣ୍ଡଷ୍ଟ୍ରିଜ ନାମକ ରାଇସ ମିଲ୍‌ର ଆକାଉଣ୍ଟଟାଣ୍ଟ ସନ୍ତୋଷ ମିଶ୍ର ତୁଷୁରା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରୁ ୫ ଲକ୍ଷ ଟଙ୍କା ଉଠାଇ ରାଇସ୍ ମିଲ୍ ଅଭିମୁଖେ ଯାଉଥିଲେ। ୫ ଲକ୍ଷ ଟଙ୍କା ନେଇ ତୁଷୁରା ସହର ପାର ହେବା ପରେ ତୁଷୁରା-ଧାନଘରା ରାସ୍ତା ମଧ୍ୟରେ ଏକ ଲାଲ ବାଇକରେ ଦୁଇ ଜଣ ବାଇକର ପଛ ଆଡ଼ୁ ଆସି ବାଇକ ଡ଼ିକିରେ ଧକ୍କା ଦେଇ ଚାଲି ଯାଇଥିଲେ। ଏହାପରେ ସନ୍ତୋଷ ବାଇକକୁ ଧିର କରିଥିଲେ। ପଛକୁ ଅନାଉଥିବା ବେଳେ ପଛପଟୁ ଆଉ ଏକ କଳା ରଙ୍ଗର ବାଇକରେ ଦୁଇ ଜଣ ବାଇକ ଆରୋହୀ ଗାଡ଼ିରେ ଆସି ସନ୍ତୋଷଙ୍କ ଗାଡି ଡିକି ତାଡ଼ି ଦେଇ ଟଙ୍କା ଭର୍ତ୍ତି ବ୍ୟାଗ ଧରି ତୁଷୁରା ପଟକୁ ଚମ୍ପଟ ମାରିଥିଲେ। ଏ ନେଇ ମିଲ୍ ମାଳିକ ତୁଷୁରା ପୁଲିସରେ ଅଭିଯୋଗ କରିବା ପରେ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ତାଙ୍କ ଟିମ ସହିତ ବିଭିନ୍ନ ରାସ୍ତା ଖୋଜାଖୋଜି କରିବା ସହ ଲୁଟେରା ଯାଇଥିବା ରାସ୍ତାରେ ଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିଥିଲେ। ସୂଚନା ପାଇ ବଲାଙ୍ଗିର ଏସଡ଼ିପିଓ ଶ୍ରୀମନ୍ତ ବାରିକ ତୁଷୁରା ଆସି ବିଭିନ୍ନ ସୂଚନାକୁ ଆଧାର କରି ଖୋଜା ଖୋଜି ଆରମ୍ଭ କରିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ତୁଷରା ତଥା ଗୁଡ଼ଭେଲା ବ୍ଳକ ଅଞ୍ଚଳରେ ବିଭିନ୍ନ ସମୟରେ ବହୁ ବାର ଏପରି ପଲସର କିମ୍ବା ବାଇକରେ ଆସି ବହୁ ଲୋକଙ୍କଠାରୁ ଲୁଟେରା ଟଙ୍କା ଝାମ୍ପି ନେଇ ଫେରାର ମାରିଥିବା ବେଳେ ଏପର୍ଯ୍ୟନ୍ତ କେହି ଧରା ପଡ଼ି ନାହାନ୍ତି। କେବଳ ତୁଷୁରା ନୁହେଁ, ଦେଓଗାଁ ଓ କଳାହାଣ୍ଡି ଜିଲା ସୀମାନ୍ତରେ ଏପରି ଅନେକ ଲୁଟ୍ ମାମଲା ବଢି ଚାଲିଛି। ଲୁଟେରାମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଏଭଳି ଦିନ ଦ୍ବିପ୍ରହରରେ ଲୁଟ ଚଳାଇଥିବା ଲୁଟେରାଙ୍କ କାର୍ଯ୍ୟରେ ଲୋକେ ତଥା ବ୍ୟାବସାୟୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପୁଲିସ ଏହି ମାମଲାର ଖୋଳତାଡ କରି ଲୁଟେରାଙ୍କୁ ଗିରଫ କରିବାକୁ ଦାବି ହେଉଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories