www.samajalive.in
Friday, December 12, 2025
23.1 C
Bhubaneswar

୪୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ, ଜଣେ ଅଟକ

ବାଲେଶ୍ବର: ବାଲେଶ୍ବର ଜିଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରଡ଼ବଜାର ହରିପୁର ଛକରୁ ୪୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରାଯାଇଥିବାବେଳେ ଏହା ବିକ୍ରି କରୁଥିବା ଅଭିଯୋଗରେ ଜଣକୁ ପୁଲିସ ଗିରଫ କରିଛନ୍ତି।
ସୂଚନା ଯୋଗ୍ୟ ଯେ ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଆରଡ଼ବଜାର ମସ୍‌ଜିଦ୍‌ ଲେନ୍‌ର ଏସ୍‌.କେ.ସଫିକ୍‌(୩୧) ବ୍ରାଉନ୍‌ ସୁଗାର କାରବାର କରୁଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଆରଡ଼ବଜାର ହରିପୁର ଛକରେ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନ୍‌ ସୁଗାର ସମେତ ନଗଦ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ଏ ସଂକ୍ରାନ୍ତରେ ସହଦେବ ଖୁଣ୍ଟା ପୁଲିସ କେସ୍‌ ନଂ ୨୧୦/୨୦୨୦, ୟୁ/ଏସ୍‌ ୨୧(ବି) ଏଡ୍‌ପିଏସ୍‌ ଆକ୍ଟରେ ମାମଲା ରୁଜୁ କରି ବ୍ରାଉନ୍‌ ସୁଗାର ବିକ୍ରି ଅଭିଯୋଗରେ ଏସ୍‌.କେ.ସଫିକ୍‌କୁ ପୁଲିସ ଅଟକ ରଖିଛି। ଏସ୍‌ଆଇ ନୀଳମଣି ନାୟକଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା ବୋଲି ସୂଚନା ଦିଆଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories