www.samajalive.in
Friday, December 12, 2025
15.1 C
Bhubaneswar

ନର୍ଲା କାମ୍ପା ଯୋଜନାରେ ଦୁର୍ନୀତି ଅଭିଯୋଗ; ଲୋକାୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

ଭବାନୀପାଟଣା : କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ନର୍ଲା ବ୍ଲକ ଅନ୍ତର୍ଗତ ଚିପୁଲ ସଂରକ୍ଷିତ ଜଙ୍ଗଲରେ କାମ୍ପା ଯୋଜନାରେ ହୋଇଥିବା ଚାରାରୋପଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏବେ ଏହାର କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଚିପୁଲ ସଂରକ୍ଷିତ ଜଙ୍ଗଲରେ ୨୦୧୫-୧୬ ଏବଂ ୨୦୧୬-୧୭ ମସିହାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା ।୧୧୪୦ ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହେବାପରେ ଲୋକାୟୁକ୍ତରେ ନିକଟରେ ଅଭିଯୋଗ ହୋଇଥିଲା ।ତେଣୁ କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଏହାର ତଦନ୍ତ ପାଇଁ ଲୋକାୟୁକ୍ତ ନିର୍ଦେଶ ଦେଇଥିଲେ। କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ଚିପୁଲ ସଂରକ୍ଷିତ ଜଙ୍ଗଲକୁ ଯାଇ ଏହି ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି। ତଦନ୍ତ ଟିମ୍‌ରେ ଜୟପୁର ଡିଭିଜନର ଏସ୍‌ଇଏଫ୍‌ ପ୍ରଫୁଲ୍ଲ ମଣ୍ଡଳ ଏବଂ ଦକ୍ଷିଣ ବନଖଣ୍ଡର କର୍ମଚାରୀ ମାନେ ଲଗାଯାଇଥିବା ଚାରା ଗଣିବା ଆରମ୍ଭ କରିଛନ୍ତି। ଏହି ତଦନ୍ତ ପ୍ରାୟ ଏକ ସପ୍ତାହ ଧରି ଚାଲିବ ବୋଲି ଭିଜିଲାନ୍ସ ଡିଏସ୍‌ପି ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories