www.samajalive.in
Thursday, December 11, 2025
16.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସ ପ୍ରତିଯୋଗୀଙ୍କୁ ୧୪ ଦିନ ପୃଥକ୍‌ବାସ ଆବଶ୍ୟକ ନାହିଁ

ଟୋକିଓ: ଆସନ୍ତା ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ୟ୍ୟନ୍ତ ଜାପାନ ରାଜଧାନୀ ଟୋକିଓରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ ଆୟୋଜନ ହେବ। କରୋନା ସଂକ୍ରମଣ ଯୋଗୁଁ ୨୦୨୦ରେ ଆୟୋଜନ ହେବାକୁ ଥିବା ଏହି ବିଶ୍ବ କ୍ରୀଡ଼ାର ମହାକୁମ୍ଭକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି। ଜାପାନରେ ନିୟମ ରହିଛି ଯେ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କୁ ୧୪ ଦିନ ବାଧ୍ୟତାମୂଳକ ପୃଥକ୍‌ବାସରେ ରହିବାକୁ ପଡ଼ିବ। ତେବେ ଆସନ୍ତାବର୍ଷ ଅଲିମ୍ପିକ୍‌ସରେ ଯୋଗଦେବାକୁ ଆସୁଥିବା ପ୍ରତିଯୋଗୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ନାହିଁ ବୋଲି ଅଲିମ୍ପିକ୍‌ସର ଆୟୋଜକ ଘୋଷଣା କରିଛନ୍ତି।

ତେବେ ପ୍ରତିଯୋଗୀ ଟୋକିଓରେ ପହଞ୍ଚିବା ପରେ ସେମାନେ ୭୨ ଘଣ୍ଟା ପୃଥକ୍‌ବାସରେ ରହିବେ ଏବଂ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ସେମାନେ ଅଭ୍ୟାସ କରିପାରିବେ ଏବଂ ପ୍ରତିଯୋଗିତାରେ ଭାଗ ନେଇପାରିବେ। ତେବେ ବିଦେଶରୁ ଆସିବାକୁ ଥିବା ଦର୍ଶକଙ୍କ ପାଇଁ କୌଣସି ନିୟମ ପ୍ରଣୟନ କରା ଯାଇନାହିଁ। ତଥାପି ସେମାନଙ୍କ ଲାଗି ୧୪ ଦିନ ପୃଥକ୍‌ବାସ ବହୁତ କଷ୍ଟକର ହେବ। ସରକାରଙ୍କ ସହ ବୈଠକ ପରେ ଆୟୋଜକ ଏପରି ନିଷ୍ପତ୍ତି ନେଇଛନ୍ତି। ଅଲିମ୍ପିକ୍‌ସ ଲାଗି ପ୍ରସ୍ତୁତ ହେବା ଲାଗି ଗତ କିଛିମାସରେ ଜାପାନ କିଛି ଆନ୍ତର୍ଜାତିକ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିଛି। ନିକଟରେ ୪-ରାଷ୍ଟ୍ରୀୟ ଜିମ୍‌ନାଷ୍ଟିକ୍‌ସ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ ସୀମିତ ସଂଖ୍ୟକ ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ମିଳିଥିଲା। ଅଲିମ୍ପିକ୍‌ସ ପ୍ରସ୍ତୁତିର ତଦାରଖ କରିବା ଲାଗି ଆସନ୍ତା ସପ୍ତାହରେ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟିର ସଭାପତି ଥମାସ୍ ବାକ୍ ଟୋକିଓ ଆସିବାର କାର୍ୟ୍ୟକ୍ରମ ରହିଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories